ଓଡିଶା

odisha

ETV Bharat / state

ରେଜଲ୍ଟ ଖରାପ ହେବାରୁ ଛାତ୍ରଙ୍କ ଆତ୍ମହତ୍ୟା - ଛାତ୍ରଙ୍କ ଆତ୍ମହତ୍ୟା

+୨ ବିଜ୍ଞାନ ପରୀକ୍ଷା ଫଳ ଖରାପ ହେବାରୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ମୃତକ ଜଣଙ୍କ ହେଲେ ଆନନ୍ଦପୁର ସରୋଜ ମିଶ୍ରଙ୍କ ପୁଅ ଅଭିଷେକ ମିଶ୍ର।

sucide
ପରୀକ୍ଷା ଫଳ ଖରାପ ହେବାରୁ ଛାତ୍ରଙ୍କ ଆତ୍ମହତ୍ୟା

By

Published : Aug 13, 2020, 10:33 AM IST

ଆନନ୍ଦପୁର: ପରୀକ୍ଷା ଫଳ ଖରାପ ହେବାରୁ ଛାତ୍ରଙ୍କ ଆତ୍ମହତ୍ୟା । +୨ ବିଜ୍ଞାନ ପରୀକ୍ଷା ଫଳ ଖରାପ ହେବାରୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ମୃତକ ଜଣଙ୍କ ହେଲେ ଆନନ୍ଦପୁର ସରୋଜ ମିଶ୍ରଙ୍କ ପୁଅ ଅଭିଷେକ ମିଶ୍ର।

ପରୀକ୍ଷା ଫଳ ଖରାପ ହେବାରୁ ଛାତ୍ରଙ୍କ ଆତ୍ମହତ୍ୟା

ସୂଚନା ଅନୁସାରେ, ଅଭିଷେକ ଏକ ଘରୋଇ କଲେଜରେ + ୨ ବିଜ୍ଞାନ ପଢୁଥିଲେ । ବୁଧବାର ପରୀକ୍ଷା ଫଳ ବାହାରିବା ପରେ ଅଭିଷେକଙ୍କୁ ଆଶାନୁରୂପକ ନମ୍ବର ମିଳିନଥିଲା । ଯାହାକୁ ନେଇ ସେ ନିଜ ଘର ଭିତରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ଖବର ପାଇଁ ବୁଧବାର ରାତି ପ୍ରାୟ ୯ ଟା ବେଳେ ଅଗ୍ନିଶମ କର୍ମଚାରୀ ପହଁଚି ଝୁଲନ୍ତା ଅବସ୍ଥାରେ ଅଭିଷେକଙ୍କ ମୃତଦେହ ଉଦ୍ଧାର କରିଥିଲେ ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details