କେନ୍ଦୁଝର: ଦୀର୍ଘ ଏକ ବର୍ଷର କୋରୋନା କଟକଣା ପରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଖୋଲିଛି । ଶିକ୍ଷାନୁଷ୍ଠାନ ଖୋଲିବା ପରେ ଛାତ୍ରଛାତ୍ରୀମାନେ ବହୁ ଖୁସିରେ ପାଠ ପଢିବାକୁ ଆସିଥିଲେ । କିନ୍ତୁ ଏଠାରେ ହଷ୍ଟେଲରେ ରହି ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ। ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ସହର ନିକଟରେ ଥିବା ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟରୁ। ଛାତ୍ର ଓ ଛାତ୍ରୀଙ୍କ ପାଇଁ ଭିନ୍ନ ଭିନ୍ନ ହଷ୍ଟେଲ ଥିବା ବେଳେ ଉଭୟ ହଷ୍ଟେଲରେ ସଫା ପାଣି ଆସୁନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।
ହଷ୍ଟେଲରେ ଦୂଷିତ ପାଣି ନେଇ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ - ଦୂଷିତ ପାଣି ନେଇ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
ଦୀର୍ଘ ଏକ ବର୍ଷର କୋରୋନା କଟକଣା ପରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଖୋଲିଥିବା ବେଳେ ଏବେ ହଷ୍ଟେଲରେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ। ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ସହର ନିକଟରେ ଥିବା ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟରୁ । ଅଧିକ ପଢନ୍ତୁ...
![ହଷ୍ଟେଲରେ ଦୂଷିତ ପାଣି ନେଇ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ହଷ୍ଟେଲରେ ଦୂଷିତ ପାଣି ନେଇ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ](https://etvbharatimages.akamaized.net/etvbharat/prod-images/768-512-11119013-thumbnail-3x2-keonjhar.jpg)
ହଷ୍ଟେଲରେ ଦୂଷିତ ପାଣି ନେଇ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
ହଷ୍ଟେଲରେ ଦୂଷିତ ପାଣି ନେଇ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
ଏପରିକି ଏହି ପାଣି ବ୍ୟବହାର କରି ଚର୍ମରୋଗର ଶିକାର ହେଉଥିବା ମଧ୍ୟ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏନେଇ ଛାତ୍ରଛାତ୍ରୀ ମାନେ କଲେଜ ଗେଟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏଭଳି ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଥିଲେ । ପରେ କଲେଜ ଅଧ୍ୟକ୍ଷଙ୍କ ପାଣି ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରି ଥିଲେ ଛାତ୍ରଛାତ୍ରୀ ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ