ଓଡିଶା

odisha

ETV Bharat / state

13 ଦଫା ଦାବି ନେଇ କ୍ୟାମ୍ପସ ଗେଟରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ କେନ୍ଦୁଝର ସହର ଠାରେ ଖୋଲିଛି । ଏହି ଦ୍ବିତୀୟ କ୍ୟାମ୍ପସ ତିନି ବର୍ଷ ଧରି ଖୋଲିଥିଲେ ମଧ୍ୟ କିଛି ମୌଳିକ ସୁବିଧା ସୁଯୋଗ ମିଳୁନଥିବା ଅଭିଯୋଗ ହୋଇଛି ।

By

Published : Aug 21, 2019, 2:46 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ କେନ୍ଦୁଝର ସହର ଠାରେ ଖୋଲିଛି । ଏହି ଦ୍ବିତୀୟ କ୍ୟାମ୍ପସ ତିନି ବର୍ଷ ଧରି ଖୋଲିଥିଲେ ମଧ୍ୟ କିଛି ମୌଳିକ ସୁବିଧା ସୁଯୋଗ ମିଳୁନଥିବା ଅଭିଯୋଗ ହୋଇଛି । କ୍ୟାମ୍ପସ ଖୋଲିବା ଦିନଠାରୁ ସବୁଦିନ ଚଳାଚଳ ରାସ୍ତା ମଧ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦୁଝର

ଏହି ଦ୍ବିତୀୟ କ୍ୟାମ୍ପସରେ ପାଞ୍ଚ ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏହି ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାମ୍ପସ ଭିତରେ ଟିଚିଂ ଶିକ୍ଷକ ପଦବୀ ଥିଲେ ତାହା ମଧ୍ୟ ପୂରଣ ହୋଇପାରୁନାହିଁ । କ୍ୟାମ୍ପସ ମଧ୍ୟରେ ଏଟିଏମ, ପିଇବାପାଣି, କ୍ୟାଣ୍ଟିନ, ୱାଇଫାଇ, ପାର୍କିଂ, ଏମିତିକି ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର କମନ ରୁମର ମଧ୍ୟ ବ୍ୟବସ୍ଥା ନାହିଁ ।

ଏହିଭଳି ଅବ୍ୟବସ୍ଥା କ୍ୟାମ୍ପସ ମଧ୍ୟରେ ଜାରି ରହିଥିବା ବେଳେ କଲେଜ ପ୍ରଶାସନ ଶୁଣୁନଥିବା ଅଭିଯୋଗ ହୋଇଛି । ଆଜି ୧୩ ଦଫା ଦାବି ନେଇ କଲେଜର ଛାତ୍ରଛାତ୍ରୀଙ୍କ ପକ୍ଷରୁ କଲେଜ ଗେଟ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରଛାତ୍ରୀ ମାନେ କହିଛନ୍ତି ।

ପରେ ଦ୍ବିତୀୟ କ୍ୟାମ୍ପସର ନିର୍ଦ୍ଦେଶକ ଛାତ୍ରଛାତ୍ରୀଙ୍କ ଦାବି ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ କିଛି ଦାବି ଶୀଘ୍ର ପୂରଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details