ଆନନ୍ଦପୁର:ଫ୍ରି ଫାୟାର ଗେମ୍ ଖେଳିବାକୁ ମୋବାଇଲ ନଦେବାରୁ ଜୀବନ ହାରିଲେ ନବମ ଣ୍ରେଣୀ ଛାତ୍ର । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଇନ୍ଦୁପୁରା ଗାଁରେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ମୃତକ ଆନନ୍ଦପୁର ଆର୍ଦଶ ବିଦ୍ଯାଳୟର ନବମ ଶ୍ରେଣୀର ଛାତ୍ର ସୌମ୍ୟ ରଞ୍ଜନ ଜେନା । ସେ ଆଜି(ଗୁରୁବାର) ମୋବାଇଲ୍ରେ ଫ୍ରି' ଫାୟାର ଗେମ୍ ଖେଳିବକୁ ମା'ଙ୍କୁ ମୋବାଇଲ୍ ମାଗିଥିଲେ ।
ହେଲେ ଗତ ୨ ଦିନ ଧରି ବିଦ୍ଯାଳୟରେ ପରୀକ୍ଷା ଚାଲିଥିବାରୁ ମା' ମୋବାଇଲ୍ ଦେବାକୁ ସୌମ୍ୟଙ୍କ ମନା କରି ଦେଇଥିଲେ । ଏତିକିରେ ସୋମ୍ୟ ରାଗିଯାଇ ଛାତ ଉପରେ ବେକରେ ରଶି ଲଗାଇ ଜୀବନ ହାରିବାକୁ ଚରମ ନିଷ୍ପତି ନେଇଥିଲେ । କିଛି ସମୟ ପରେ ତାଙ୍କ ଭଉଣୀ ଛାତ ଯିବାପରେ ସୌମ୍ୟଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏହାକୁ ନେଇ ସେ ତାଙ୍କ ମାଆଙ୍କୁ ଜଣାଇଥିଲେ ।