ଓଡିଶା

odisha

ETV Bharat / state

25 ବର୍ଷ ହେବ ମିଳିନି ଜମି ପଟ୍ଟା, ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା - kendujhar news

ଜମି ପଟ୍ଟା ନ ମିଳିବାରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ତହସିଲ କର୍ତ୍ତୃପକ୍ଷଙ୍କ ମନମାନୀ ଯୋଗୁଁ ପଟା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ । ଅଧିକ ପଢନ୍ତୁ....

strike for land lease in kendujhar
ଜମି ପଟ୍ଟା ନ ମିଳିବାରୁ ଧାରଣା

By

Published : Oct 13, 2020, 1:06 PM IST

ଆନନ୍ଦପୁର:ଜମି ପଟ୍ଟା ନ ମିଳିବାରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ଦୀର୍ଘ ୨୫ ବର୍ଷ ଧରି ଜମି ପଟ୍ଟା ନ ପାଇ ମାନସିକ ଦୁଶ୍ଚିନ୍ତାରେ କାଳ କାଟୁଛନ୍ତି କେନ୍ଦୁଝର ଅତା ଗାଁର ବାବାଜୀ ଚରଣ ନାଥ । ୨୩ ଡେସିମିଲ ଜମିପଟ୍ଟା ପାଇଁ ସେ ତଳ କୋର୍ଟରୁ ଉପର କୋର୍ଟ ଯାଇ ନୟାନ୍ତ ହେଲେଣି । ଏପରିକି, ଘସିପୁରା ତହସିଲ, ଆନନ୍ଦପୁର ଉପଜିଲ୍ଲାପାଳ, ଜିଲ୍ଲାପାଳଙ୍କ ନିକଟକୁ ମଧ୍ୟ ଯାଇଛନ୍ତି ହେଲେ କୌଣସି ସୁଫଳ ମିଳି ନ ଥିବା ଅଭିଯୋଗ ହୋଇଛି ।

ଜମି ପଟ୍ଟା ନ ମିଳିବାରୁ ଧାରଣା

ଶେଷରେ ସେ ସବୁଠୁ ବିଫଳ ହୋଇ ନ୍ୟାୟ ପାଇବା ଆଶାରେ ଘସିପୁରା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି । ଉଚ୍ଚ ନ୍ୟାୟାଳୟ ତାଙ୍କୁ ପଟ୍ଟା ଦେବା ପାଇଁ ନିର୍ଦ୍ଦେଶ ଦେବା ପରେ ମଧ୍ୟ ଏଥିରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ତହସିଲ କର୍ତ୍ତୃପକ୍ଷ । ଫଳରେ ସେ ପଟା ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି । ସେପଟେ, କୋର୍ଟଙ୍କ ନିର୍ଦ୍ଦେଶ ଆସିଲେ ବାବାଜୀଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି କହିଛନ୍ତି ଘସିପୁରା ତହସିଲଦାର।

ଆନନ୍ଦପୁରରୁ ସ୍ମୃତି ରଞ୍ଚନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details