କେନ୍ଦୁଝର: ଶୀତଳ ଭଣ୍ଡାର ପରିସରରୁ ଚୋରା ମହୁଲ ଗାଡି ଜବତ । ଆଉ ଏହାପରେ ପୋଲିସ ଓ ଅବକାରୀ ବିଭାଗ ମଧ୍ୟରେ ଛକାପଞ୍ଝା ଜାରି । ଲକଡାଉନ ଯୋଗୁଁ ଦେଶୀ ମଦ କାରବାର ବୃଦ୍ଧି ପାଇଥିଲା ।
କେନ୍ଦୁଝର ସଦର ପୋଲିସ ପକ୍ଷରୁ ଖବର ପାଇ ଶଙ୍କରପୁର ଠାରେ ଥିବା ଏକ ଶୀତଳ ଭଣ୍ଡାର ପରିସରରୁ ଏକ ଚୋରା ମହୁଲ ଟ୍ରକ ଜବତ କରିଛି ଅବକାରୀ ବିଭାଗ । ଏହି ମହୁଲ ଟ୍ରକରୁ ୪୦୦ ବସ୍ତା ମହୁଲ ଜବତ କରିଥିବା ଅବକାରୀ ବିଭାଗ ପ୍ରକାଶ କରିଛି । ଏହି ମହୁଲ ବସ୍ତା ସହ ଟ୍ରକ ଓ ୨ ଜଣକୁ ଗିରଫ କରିଥିବା ଅବକାରୀ ବିଭାଗ ପ୍ରକାଶ କରିଛି । ହେଲେ ଏହି ଘଟଣାକୁ ନେଇ ଅବକାରୀ ବିଭାଗ ପୁଲିସ ମଧ୍ୟରେ ଦ୍ଵନ୍ଦ୍ବ ଉପୁଜିଛି । ଏହି ଚଢ଼ାଉରେ ପୋଲିସ ଠାରୁ ଖବର ପାଇ ଅବକାରୀ ବିଭାଗ ତଦନ୍ତ ଜାରି ରଖିଥିବା ପ୍ରକାଶ କରିଥିବା ବେଳେ ଅବକାରୀ ବିଭାଗ ସେମାନଙ୍କୁ ଡାକିଥିବା କହିଛି ପୋଲିସ ।