ଓଡିଶା

odisha

By

Published : Jul 8, 2021, 7:05 AM IST

ETV Bharat / state

ଷ୍ଟିଲ ପ୍ଲାଣ୍ଟ ଘୋଷଣା ପ୍ରସଙ୍ଗ: ଧନ୍ୟବାଦ ଦେଲା ବିଜେଡି, ବିଜେପି କହିଲା ଧୂଆଁବାଣ

କେନ୍ଦୁଝର ଜିଲ୍ଲାରେ ଷ୍ଟିଲ ପ୍ଲାଣ୍ଟ ହେବା ନେଇ ସରକାର ଘୋଷଣା କରିବା ପରେ ଧନ୍ୟବାଦ ଦେଲା ବଜେଡି । ବିଜେପି କହିଲା ଜିଲ୍ଲାବାସୀଙ୍କ ପାଇଁ ଲଲିପପ । ଅଧିକ ପଢନ୍ତୁ...

ଷ୍ଟିଲ ପ୍ଲାଣ୍ଟ ଘୋଷଣା ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ବିଜେଡି,ବିଜେପି କହିଲା ଧୂଆଁବାଣ
ଷ୍ଟିଲ ପ୍ଲାଣ୍ଟ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ବିଜେଡି, ବିଜେପି କହିଲା ଧୂଆଁବାଣ

କେନ୍ଦୁଝର: ରାଜ୍ୟ ସରକାର ଓଡ଼ିଶା ଷ୍ଟିଲ ହବରେ ପରିଣତ ହେବା ନେଇ ବିଭିନ୍ନ ଘୋଷଣାମାନ କଲେ। ଏହି ଘୋଷଣାରେ ଭୂଷଣ ପାଓ୍ବାର ଓ ଷ୍ଟିଲ ପ୍ଲାଣ୍ଟ ଲିମିଟେଡ୍‌ ଇସ୍ପାତ ଉତ୍ପାଦନକୁ ୫ ଏମ୍‌ଟିପିଏରୁ ୧୫ ଏମ୍‌ଟିପିଏ ସଂପ୍ରସାରଣ କରିବ । ସେହିପରି ଯାଜପୁର କଳିଙ୍ଗନଗରରେ ଥିବା ଟାଟା ଷ୍ଟିଲ ଲିମିଟେଡ୍‌ ଇସ୍ପାତ ଉତ୍ପାଦନ ୮ ଏମ୍‌ଟିପିଏ, ହଟ୍‌ ରୋଲ୍‌ଡ କଏଲ୍‌ ୭ ଏମ୍‌ଟିପିଏ ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ ।

ଷ୍ଟିଲ ପ୍ଲାଣ୍ଟ ଘୋଷଣା ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ବିଜେଡି,ବିଜେପି କହିଲା ଧୂଆଁବାଣ

ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ୍‌, ରୁଙ୍ଗଟା ଷ୍ଟିଲ ପ୍ଲାଣ୍ଟ୍‌ ଲିମିଟେଡ୍‌ ସଂପ୍ରସାରଣ ପାଇଁ ସରକାରଙ୍କୁ ଦେଇଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ତେବେ ସରକାରଙ୍କ ଏପରି ଘୋଷଣା ପରେ ବିଜେଡି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛି । ଅପରପକ୍ଷେ, ଏହାକୁ କେବଳ ଧୁଆଁବାଣ ବୋଲି କହି କଟାକ୍ଷ କରିଛି ବିଜେପି ।କେନ୍ଦୁଝର ଜିଲ୍ଲାରେ ରୁଙ୍ଗଟା କମ୍ପାନୀ ୩ ଏମଟିଏ ଟନର ଷ୍ଟିଲ ପ୍ଲାଣ୍ଟ ଏହି ଘୋଷଣାରେ ଅନ୍ତର୍ଭୁକ୍ତ କରିଛନ୍ତି ରାଜ୍ୟ ସରକାର । ଏହି ଘୋଷଣା ପରେ ବହୁ ଦିନର ଜିଲ୍ଲାବାସୀ ଦାବି ପୂରଣ ହୋଇଥିବା ପ୍ରକାଶ କରିଛି ମିଳିତ କ୍ରିୟାନୁଷ୍ଠାନ କମିଟି ।

ଜିଲ୍ଲାରେ ଏହି ପ୍ଲାଣ୍ଟ ପ୍ରତିଷ୍ଠା ପରେ ନିଯୁକ୍ତି ସୁଯୋଗ ବଢ଼ିବ ବୋଲି କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛି ବିଜେଡି । ଏହି ଘୋଷଣାକୁ କେନ୍ଦୁଝରବାସୀଙ୍କ ପାଇଁ କେବଳ ମାତ୍ର ଲଲୀପପ ଦେଇଥିବା ପ୍ରକାଶ କରିଛି ବିଜେପି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details