କେନ୍ଦୁଝର: ଜିଲ୍ଲା ଆର୍ସେଲର ମିତ୍ତଲ ନିପ୍ପନ୍ ଷ୍ଟିଲ ଇଣ୍ଡିଆର ନୂତନ ଖଣି ଉଦଘାଟିତ ହୋଇଯାଇଛି । ଯୋଡା ଖଣି କ୍ଷେତ୍ର ବଡ଼ବିଲ ଠାରେ ଅବସ୍ଥିତ ଠାକୁରାଣୀ ଆଇରନ୍ ଓର୍ ମାଇନ୍ସ ଲୌହ ଖଣିକୁ ଆର୍ସେଲର ମିତ୍ତଲ ନିପ୍ପନ୍ ଷ୍ଟିଲ ଇଣ୍ଡିଆ କମ୍ପାନୀ ସର୍ବାଧିକ ୧୦୭.୫୫ ପ୍ରତିଶତରେ ହାତେଇବା ପରେ ବିଧିବଦ୍ଧ ଭାବେ ଖଣି ଉଦଘାଟନ କରିଛି । ଏନେଇ ଖଣି ପରିସରରେ ଭୂମି ପୂଜା ନିମନ୍ତେ ସମସ୍ତ ରୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି ।
ଉଦଘାଟନୀ ସମାରୋହରେ କମ୍ପାନୀର ବରିଷ୍ଠ ଅଧିକାରୀ, କର୍ମଚାରୀଙ୍କ ସହ କିଛି ଠିକା ସଂସ୍ଥାର ମାଲିକ ଓ କର୍ମଚାରୀ ସାମିଲ ହୋଇଥିଲେ । ତେବେ ଆର୍ସେଲର ମିତ୍ତଲର ମୁଖ୍ୟ ଲକ୍ଷ୍ମୀ ନିବାସ ମିତ୍ତଲ ଲଣ୍ଡରେ ଥିବା କାରଣରୁ ଉଦଘାଟନୀ ସମାରୋହରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ ।