ଓଡିଶା

odisha

ETV Bharat / state

ଖଣି ଅଞ୍ଚଳରେ ବିକାଶର ସମୀକ୍ଷା କଲେ ପ୍ରଫୁଲ୍ଲ ମଲ୍ଲିକ

ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଗସ୍ତର ପ୍ରଥମ ଦିନରେ ଖଣିଜ ପଦାର୍ଥ ଉତ୍ତୋଳନରେ ଦେଖା ଦେଉଥିବା ସମସ୍ୟା ଏବଂ ଖଣି ଅଞ୍ଚଳରେ ଦ୍ରୁତ ବିକାଶ ନେଇ ଆଲୋଚନା ହୋଇଛି ।

By

Published : Aug 29, 2019, 9:26 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଗସ୍ତର ପ୍ରଥମ ଦିନରେ ଜିଲ୍ଲାର ଖଣି ଅଞ୍ଚଳରେ ବିକାଶର ସମୀକ୍ଷା କରିଛନ୍ତି । ତାଙ୍କ ସହ ଖଣି ସଚିବ ଓ ଖଣି ନିର୍ଦ୍ଦେଶକ ମଧ୍ୟ ଆସି ପହଞ୍ଚିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସୂଚନାନୁଯାୟୀ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଦୁଇ ଦିନିଆ ଗସ୍ତର ପ୍ରଥମ ଦିନରେ ଯୋଡା ପୌରପାଳିକାର ବୈଠକ ଗୃହରେ ଖଣିଜ ପଦାର୍ଥ ଉତ୍ତୋଳନ ଓ ପରିବହନ ବ୍ୟବସ୍ଥା ନେଇ ସମୀକ୍ଷା କରିଥିଲେ । ଉକ୍ତ ବୈଠକରେ ଜିଲ୍ଲାପାଳ, ଖଣି ଉପନିର୍ଦ୍ଦେଶକ, ଖଣି ସଚିବ ଓ ଖଣି କର୍ତ୍ତୃପକ୍ଷଙ୍କ ଅନେକ ପ୍ରତିନିଧି ଯୋଗ ଦେଇଥିଲେ । ବୈଠକରେ ଖଣିଜ ପଦାର୍ଥ ଉତ୍ତୋଳନରେ ଦେଖା ଦେଉଥିବା ସମସ୍ୟା ଏବଂ ଖଣି ଅଞ୍ଚଳରେ ଦ୍ରୁତ ବିକାଶ ନେଇ ଆଲୋଚନା ହୋଇଥିଲା ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details