କେନ୍ଦୁଝର: ଦିନିକିଆ କେନ୍ଦୁଝର ଗସ୍ତରେ ପହଞ୍ଚିଛନ୍ତି ରାଜ୍ୟ ମହିଳା ଆୟୋଗଙ୍କ ପ୍ରତିନିଧି ଦଳ । ମହିଳା ଆୟୋଗ ଅଧ୍ୟକ୍ଷା ଡ଼.ମୀନତି ବେହେରାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଦରବାର ହଲ ଠାରେ ଏକ ଶିବିର ଅଦାଲତ ଅନୁଷ୍ଠିତ ହୋଇଥିଲା । ଶିବିର ଅଦାଲତରେ ଆୟୋଗ ପକ୍ଷରୁ ୪୫ ଜଣଙ୍କୁ ନୋଟିସ ତଲବ କରଯାଇଥିଲା ବେଳେ ୨୫ ଜଣ ହାଜର ହୋଇଥିଲେ ।
କେନ୍ଦୁଝର ଗସ୍ତରେ ରାଜ୍ୟ ମହିଳା ଆୟୋଗ ପ୍ରତିନିଧି ଦଳ, ଯୁବତୀ ଚାଲାଣ ରୋକ୍ ଉପରେ ଗୁରୁତ୍ବ - କେନ୍ଦୁଝର ଗସ୍ତରେ ରାଜ୍ୟ ମହିଳା ଆୟୋଗ
ଦିନିକିଆ ଗସ୍ତ ପରିପ୍ରେକ୍ଷୀରେ କେନ୍ଦୁଝରରେ ପହଞ୍ଚିଛନ୍ତି ରାଜ୍ୟ ମହିଳା ଆୟୋଗଙ୍କ ପ୍ରତିନିଧି ଦଳ । ଏହି ଦଳ ରାଜ୍ୟରେ ଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ଏକ ଶିବିରର ଆୟୋଜନ ହୋଇଥିଲା । ଅଧିକ ପଢ଼ନ୍ତୁ
କେନ୍ଦୁଝରରେ ମହିଳା ଆୟୋଗଙ୍କ ଶିବିର ଅଦାଲତ
ଏହି ଅଦାଲତରେ ୧୫ ଜଣକୁ ନୋଟିସ କରାଯାଇଥିଲା ବେଳେ ୬ ଜଣଙ୍କର ଆପୋଷ ମିଳାମିଶା କରାଯାଇଥିଲା । ପରେ ଆୟୋଗଙ୍କ ପକ୍ଷରୁ ଯୁବତୀ ଚାଲାଣ ରୋକ ପାଇଁ ଏକ କର୍ମଶାଳା ଦରବାର ହଲଠାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାରେ ଯୁବତୀ ବିଭିନ୍ନ ମାଧ୍ୟମରେ ଚାଲାଣ କିପରି ରୋକ ଲାଗିହେବ ସେନେଇ ଅଧ୍ୟକ୍ଷା ଗୁରୁତ୍ୱାରୋପ କରିଥିଲେ । ଶିବିରରେ ଆୟୋଗର ଦୁଇ ସଦସ୍ୟାଙ୍କ ସହ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।
ଇଟିଭି ଭାରତ, କେନ୍ଦୁଝର