କେନ୍ଦୁଝର:ପଛୁଆ ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣରେ ଅଗ୍ରାଧିକାର ଦେବାକୁ ଦାବି କଲା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ।
ରାଜ୍ୟ ସରକାର ସମ୍ବିଧାନ ସଂଶୋଧନ ଦ୍ବାରା ଜାତିଭିତ୍ତିକ ସଂରକ୍ଷଣ ଆଇନ ପ୍ରଣୟନ କରିଛନ୍ତି । ଏହି ଆଇନ ଦ୍ବାରା ତଳ ସ୍ତରରେ ପଞ୍ଚାୟତିରାଜ ଓ ପୌରପାଳିକାରେ ସଂରକ୍ଷଣ ନେଇ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ନୂତନ ଆଇନରେ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ଏଥିରେ ପଛୁଆ ବର୍ଗଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ କରିଛି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଓଡିଶା ରାଜ୍ୟ ସାଧାରଣ ସମ୍ପାଦକ ତଥା ମୟୁରଭଞ୍ଜର ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା ।