ଓଡିଶା

odisha

ETV Bharat / state

ନୂତନ କୃଷି ନୀତିକୁ ନେଇ ‘ମଣ୍ଡି ଚାଲ’ ଅଭିଯାନ କରିବ ବିଜେପି

କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟର ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କୃଷି ଆଇନ ନେଇ ଉପୁଜିଥିବା ଦ୍ଵନ୍ଦକୁ ପ୍ରକାଶ କରିଥିଲେ । ଅଧିକ ପଢନ୍ତୁ...

ନୂତନ କୃଷି ନୀତିକୁ ନେଇ ‘ମଣ୍ଡି ଚାଲ’ ଅଭିଯାନ କରିବ ବିଜେପି
ନୂତନ କୃଷି ନୀତିକୁ ନେଇ ‘ମଣ୍ଡି ଚାଲ’ ଅଭିଯାନ କରିବ ବିଜେପି

By

Published : Dec 17, 2020, 6:44 PM IST

କେନ୍ଦୁଝର : ଆଜି(ଗୁରୁବାର) କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟର ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କୃଷି ଆଇନ ନେଇ ଉପୁଜିଥିବା ଦ୍ଵନ୍ଦକୁ ପ୍ରକାଶ କରିଥିଲେ । ଦିଲ୍ଲୀରେ ଯେଉଁ ଚାଷୀମାନେ ଏହି ଆଇନ ଉଚ୍ଛେଦ ଆନ୍ଦୋଳନ କରୁଛନ୍ତି, ସେମାନେ ରାଜନୈତିକ ଉଦ୍ଦେଶ୍ୟ ରଖି ଏହା କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । ଆଗାମୀ ଦିନରେ ଚାଷୀଙ୍କୁ ଏହି ଆଇନ ସପକ୍ଷରେ ବୁଝେଇବା ସହ ଚାଷୀଙ୍କୁ ଏମଏସପି ଟଙ୍କାରେ ଧାନ ବିକ୍ରି କରିବା ପାଇଁ ସଚେତନ କରିବ ବୋଲି ପ୍ରକାଶ କରିଛି ବିଜେପି ।

ନୂତନ କୃଷି ନୀତିକୁ ନେଇ ‘ମଣ୍ଡି ଚାଲ’ ଅଭିଯାନ କରିବ ବିଜେପି

ଏନେଇ ‘ମଣ୍ଡି ଚାଲ’ ଅଭିଯାନ ଆରମ୍ଭ କରିବ ବୋଲି ଆଜି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ପ୍ରକାଶ କରିଛନ୍ତି । ଏହି ଅଭିଯାନ ସମୟରେ ରାଜ୍ୟରେ ୩୫୦୦ ମଣ୍ଡିକୁ ଯିବା ସହ ଓଡ଼ିଶାର ୬ଟି ସ୍ଥାନରେ ନୂତନ କୃଷି ନୀତିକୁ ନେଇ ଚାଷୀ ସମାବେଶ କରାଯିବ ବୋଲି ବିଜେପି ମୁଖପାତ୍ର ପ୍ରକାଶ କରିଛନ୍ତି । ବିଜେପି ଜିଲ୍ଲା ସଭାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ବହୁ ବିଜେପି ନେତା ଉପସ୍ଥିତ ଥିଲେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details