ଓଡିଶା

odisha

ETV Bharat / state

ସରକାରୀ ଯୋଜନାରୁ ବଞ୍ଚିତ ଆଧାରକାର୍ଡ ବିହୀନ ଦିବ୍ୟାଙ୍ଗ ହିତାଧିକାରୀ - ଆଧାର କାର୍ଡବିହୀନ ଦିବ୍ୟାଙ୍ଗ ହିତାଧିକାରୀ

ଆଧାର କାର୍ଡ ନ ଥିବାରୁ ସରକାରୀ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ । ଭତ୍ତା କାର୍ଡରେ ଆଧାର ସଂଯୋଗ ହୋଇ ନଥିବାରୁ ଦିବ୍ୟାଙ୍ଗଙ୍କୁ ମିଳୁନି ଟଙ୍କା । ଅଧିକ ପଢନ୍ତୁ...

Speciallyabled stakeholder refrained from government facilities for not having aadhar card
ସରକାରୀ ଯୋଜନାରୁ ବଞ୍ଚିତ ଆଧାର କାର୍ଡବିହୀନ ଦିବ୍ୟାଙ୍ଗ ହିତାଧିକାରୀ

By

Published : Aug 18, 2020, 12:08 PM IST

କେନ୍ଦୁଝର: ଗରିବ ଓ ଅସହାୟଙ୍କ ପାଇଁ ସରକାର କରିଛନ୍ତି ଅନେକ ଯୋଜନା । କେହି ଭୋକ ଉପାସରେ ରହିବେ ନାହିଁ ବୋଲି ସରକାର ଚାଉଳ,ଗହମ ଯୋଗାଉ ଦେଉଥିବା ବେଳେ ଦିବ୍ୟାଙ୍ଗ ଓ ବୃ୍ଦ୍ଧବୃଦ୍ଧାଙ୍କ ପାଇଁ ଭତ୍ତାର ବ୍ୟବସ୍ଥା କରିଛନ୍ତି । ଯୋଜନାରେ ସ୍ବଚ୍ଛତା ଆଣିବା ପାଇଁ ସମସ୍ତ ହିତାଧିକାରୀଙ୍କୁ ଆଧାର ସଂଯୋଗ ବାଧ୍ୟତା ମୂଳକ କରାଯାଇଛି । ହେଲେ ଏହି ଆଧାର ସଂଯୋଗ ପାଇଁ ଅନେକ ଯୋଗ୍ୟ ହିତାଧିକାରୀ ମଧ୍ୟ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ।

ସରକାରୀ ଯୋଜନାରୁ ବଞ୍ଚିତ ଆଧାର କାର୍ଡବିହୀନ ଦିବ୍ୟାଙ୍ଗ ହିତାଧିକାରୀ

ଏଭଳି ଜଣେ ହିତାଧିକାରୀ ହେଉଛନ୍ତି କେନ୍ଦୁଝର ଶଙ୍କରପୁର ଗାଁର ବେବିନା ମହାନ୍ତ । ବେବିନା ଜନ୍ମରୁ ଦିବ୍ୟାଙ୍ଗ । ନା ସେ ଦେଖିପାରେ ନା ଚାଲି ପାରନ୍ତି । ଜନ୍ମରୁ ସେ ଦିବ୍ୟାଙ୍ଗ ,୧୪ ବର୍ଷ ହେଲାଣି ଘର ଖଟରେ ପଡିରହିଛନ୍ତି । ତାଙ୍କର ସମସ୍ତ ନିତ୍ୟକର୍ମ ଘରର ଖଟ ଉପରେ । ଖାଦ୍ୟ କହିଲେ କେବଳ ବିସ୍କୁଟ ଓ କ୍ଷୀର । ଏହା ଛଡା ସେ ଆଉ କିଛି ଖାଇପାରେ ନାହାଁନ୍ତି । ବେବିନାଙ୍କ ବାପା ଚାଷରୁ ଜେତିକି ଅର୍ଥ ପାଆନ୍ତି ସେଥିରେ ଚାରିପ୍ରାଣୀ କୁଟୁମ୍ବ ଚଳିଥାନ୍ତି । ଆଉ ଅଧା ଟଙ୍କା ତ ଝିଅର ଚିକିତ୍ସାରେ ଖର୍ଚ୍ଚ ହୋଇଥାଏ । ଦିବ୍ୟାଙ୍ଗ ଝିଅ ପାଇଁ ବହୁ କଷ୍ଟରେ ଭତ୍ତା କାର୍ଡ ଖଣ୍ତେ କରାଇ ଥିଲେ । ସରକାରଙ୍କ ନୂଆ ଗାଇଡ ଲାଉନ ଯୋଗୁଁ ତାହା ବି ବନ୍ଦ । ଭତ୍ତା କାର୍ଡରେ ଆଧାର କାର୍ଡ ସଂଯୋଗ ହୋଇ ନଥିବାରୁ ତାହା ବନ୍ଦ ହୋଇ ଯାଇଛି । ଆଧାର ନଥିବାରୁ ଭତ୍ତା କାର୍ଡରେ ବେବିନାକୁ ଭତ୍ତା ବନ୍ଦ କରିଛନ୍ତି ଅଧିକାରୀ । ବେବିନାଙ୍କୁ ଭତ୍ତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ସ୍ବଚ୍ଛାସେବୀ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

For All Latest Updates

TAGGED:

aadhar card

ABOUT THE AUTHOR

...view details