ଓଡିଶା

odisha

ETV Bharat / state

ଆଶ୍ଚର୍ଯ୍ୟ ଲାଗିଲେ ବି ସତ ! ପଥରରୁ ଶୁଭୁଛି ଘଣ୍ଟି ଶବ୍ଦ - ପଥରରୁ ବାହାରୁଛି ଘଣ୍ଟି ସ୍ୱର

ମାହାତ୍ମ୍ୟ ମଧ୍ୟରେ କେନ୍ଦୁଝର ଜିଲ୍ଲାର ଆଦିବାସୀ ବହୁଳ ହରିଚନ୍ଦନପୁର ବ୍ଲକର ଚିଲିକିଧରା ଗ୍ରାମରେ ଥିବା ପଥର ହୁଡ଼ି ଅନ୍ୟତମ । ଏହି ଗ୍ରାମରେ ଥିବା ଘଞ୍ଚ ଜଙ୍ଗଲ ମଧ୍ୟରେ ଏକ ପଥର ହୁଡ଼ିରୁ ଘଣ୍ଟି ସ୍ୱର ଶୁଭିଥାଏ । ଦେଖନ୍ତୁ ‘ଇଟିଭି ଭାରତ’ର ସ୍ବତନ୍ତ୍ର ରିପୋର୍ଟ...

ପଥରରୁ ବାହାରୁଛି ଘଣ୍ଟି ସ୍ୱର
ପଥରରୁ ବାହାରୁଛି ଘଣ୍ଟି ସ୍ୱର

By

Published : Jul 18, 2021, 1:38 PM IST

କେନ୍ଦୁଝର: ଆମ ଭାରତୀୟ ସମାଜ ଆସ୍ଥା ଉପରେ ନିର୍ଭର କରେ । ଏଥି ମଧ୍ୟରେ ପ୍ରକୃତିର ସ୍ଥାନ ସର୍ବାଗ୍ରେ ରହିଥାଏ । ଭାରତୀୟ ମାନେ ପ୍ରକୃତି ସହ ଅଙ୍ଗାଙ୍ଗୀଭାବେ ଜଡ଼ିତ ରହିଥାନ୍ତି । ଏଥିପାଇଁ ତ ପ୍ରକୃତିକୁ ପୂଜାର୍ଚ୍ଚନା କରିଥାନ୍ତି । ଏହି ପ୍ରକୃତି ମଧ୍ୟରେ ପଥର, ବୃକ୍ଷ, ନଦୀ ଆଦି ରହିଛି । ଏହି ପକୃତି ଉପାସନାରେ ବହୁତ ମାହାତ୍ମ୍ୟ ଥିବା ବହୁ ଦିନରୁ ପରୀକ୍ଷିତ ହୋଇଛି । ଏହି ମାହାତ୍ମ୍ୟ ମଧ୍ୟରେ କେନ୍ଦୁଝର ଜିଲ୍ଲାର ଆଦିବାସୀ ବହୁଳ ହରିଚନ୍ଦନପୁର ବ୍ଲକର ଚିଲିକିଧରା ଗ୍ରାମରେ ଥିବା ପଥର ହୁଡ଼ି ଅନ୍ୟତମ । ଏହି ଗ୍ରାମରେ ଥିବା ଘଞ୍ଚ ଜଙ୍ଗଲ ମଧ୍ୟରେ ଏକ ପଥର ହୁଡ଼ିରୁ ଘଣ୍ଟି ସ୍ୱର ଶୁଭିଥାଏ ।

ପଥରରୁ ବାହାରୁଛି ଘଣ୍ଟି ସ୍ୱର

ଏହି ହୁଡ଼ିରେ ଥିବା ପଥରକୁ ଅନ୍ୟ ପଥର ସାହାଯ୍ୟରେ ପିଟିଲେ ଘଣ୍ଟି ଧ୍ଵନି ଶୁଭିଥାଏ । ଗ୍ରାମବାସୀଙ୍କ କହିବା ଅନୁସାରେ ଏହି ହୁଡ଼ିରେ ଆଦିବାସୀ ସାନ୍ତାଳୀ ସଂପ୍ରଦାୟର ଜଣେ ବ୍ୟକ୍ତି ସାଧନା କରୁଥିଲେ । ପରେ ଏଠାରେ ଥିବା ସ୍ୱତନ୍ତ୍ର ପଥରରୁ ଘଣ୍ଟି ସ୍ୱର ଶୁଭିବା ଜଣାପଡିଥିଲା । ଏହି ଘଣ୍ଟ ସ୍ୱରକୁ ନେଇ ଉକ୍ତ ପଥର ନିକଟରେ ଶୈବ ମନ୍ଦିର ପ୍ରତିଷ୍ଠା କରାଗଲା । ଏହାର ନାମ ଘଣ୍ଟେଶ୍ୱର ଶିବ ବୋଲି ନାମକରଣ କରାଗଲା । ଗ୍ରାମବାସୀଙ୍କ ବିଶ୍ୱାସ ଅନୁସାରେ ଯେଉଁ ବର୍ଷ ବର୍ଷା ନହୋଇଥାଏ ଉକ୍ତ ପଥର ନିକଟରେ ଶଙ୍ଖ,ହୁଳହୁଳି ସହ ପୂଜାର୍ଚ୍ଚନା କଲେ ସଙ୍ଗେ ସଙ୍ଗେ ବର୍ଷା ହୋଇଥାଏ ।

ଏହି ପଥରର ମାହାତ୍ମ୍ୟ ଜାଣି ସ୍ଥାନୀୟ ଜନସାଧାରଣଙ୍କ ସହ ବହୁ ପର୍ଯ୍ୟଟକ ମଧ୍ୟ ଏଠାକୁ ଆସିଥାନ୍ତି । ବୋଲବମ ଭକ୍ତ ମଧ୍ୟ ଶ୍ରାବଣ ମାସରେ ପାଣି ଢାଳିବାକୁ ଏଠାକୁ ଆସୁଥିବା ବେଳେ ବର୍ଷ ତମାମ ଏଠାରେ ଭିଡ଼ ପରିଲକ୍ଷିତ ହୋଇଥାଏ । କିନ୍ତୁ ଲକଡାଉନ ଯୋଗୁଁ ଏଥରେ ବାହାର ଭକ୍ତ ଆସୁନଥିବା ବେଳେ ସ୍ଥାନୀୟ ଜନସାଧାରଣ ବିଶ୍ୱାସ ଯୋଗୁଁ ପୂଜାର୍ଚ୍ଚନା ଜାରି ରଖିଛନ୍ତି । ଏନେଇ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କୁ ପଚାରିବାରୁ ଏହା ଏକ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପାଇଁ ଯୋଗ୍ୟତା ପାଇପାରିବ । ଆଗାମୀ ଦିନରେ ଏହାର ବିକାଶ ପାଇଁ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି ପର୍ଯ୍ୟଟନ ଅଧିକାରୀ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details