କେନ୍ଦୁଝର: ମହିଳା ଡାକ୍ତରଙ୍କ ମୃତ୍ୟୁ ଘଟଣା । ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ଆତ୍ମହତ୍ୟା ପରେ ଏବେ ପୋଲିସ ଖୋଜୁଛି ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଦିବ୍ୟ ରଞ୍ଜନ ମାଝୀଙ୍କୁ । ଯାହାକୁ ନେଇ ପୋଲିସ ଏବେ ଏକ ସ୍ଵତନ୍ତ୍ର ଟିମ ଗଠନ କରି ଖୋଜା ଖୋଜି ଆରମ୍ଭ କରିଛି । ଅନ୍ୟପଟେ ମୃତଦେହ ବ୍ୟବଚ୍ଛେଦର ରିପୋର୍ଟ ଆସିବା ପରେ ତଦନ୍ତ ଆଗକୁ ବଢିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କହିଛନ୍ତି ।
ପ୍ରକାଶ ଯେ, ସରକାରଙ୍କ ନିରାମୟ ଯୋଜନାରେ ଯୋଡା ପୌରାଞ୍ଚଳର ବନେଇକଳାଠାରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିଲେ ଡାକ୍ତର ଶୁଭଶ୍ରୀ କର । ତାଙ୍କ ନିଜ ଘର କଟକ ଜିଲ୍ଲା ନିଆଳିରେ । ସେ ସ୍ୱାସ୍ଥ୍ୟ କେନ୍ଦ୍ରର ଉପର ମହଲାରେ ରହୁଥିବାବେଳେ ସେ ଗତକାଲି ମେଡିକାଲକୁ ଆସିନଥିଲେ । ମେଡିକାଲର ଅନ୍ୟ କର୍ମଚାରୀ ଖୋଜାଖୋଜି ପରେ ମଧ୍ୟ କୌଣସି ଖୋଜ ଖବର ମିଳିନଥିଲା । ଶେଷରେ ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ ସହ କର୍ମଚାରୀ ।