କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି । ପୁଅ ଭୁଲିଲା ରକ୍ତର ସମ୍ପର୍କ । କୋଦାଳରେ ହାଣି ବାପାକୁ କରିଛି ନିର୍ମମ ହତ୍ୟା । ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ପୋଡସିମିଳା ଗାଁରେ ।
ଗାଁର କୁସ ନାୟକଙ୍କ ପୁଅ ସୁନୀଲ ନାୟକ ଗତ ସୋମବାର ଦିନ ବିବାହ କରିଥିଲେ । ଗୁରୁବାର ଚତୁର୍ଥୀ ଥିବାବେଳେ ହଠାତ ବାପା ଓ ପୁଅଙ୍କ ମଧ୍ୟରେ କୌଣସି କାରଣରୁ ବଚସା ଓ ପାଟିତୁଣ୍ଡ ହୋଇଥିଲା । ଏଥିରେ ହଠାତ ସୁନୀଲ ରାଗିଯାଇ ବାପା କୁସର ମୁହଁକୁ ଏକ କୋଦାଳରେ ହାଣି ହତ୍ୟା କରିଥିଲେ ।