ଓଡିଶା

odisha

ETV Bharat / state

ପ୍ରଦୂଷଣ-ପେଟ୍ରୋଲକୁ ନାହିଁ ଡର, ସୌରଶକ୍ତିରେ ଗଡୁଛି 75 କିଲୋମିଟର - keonjhar solar car

ପରିବେଶ ପ୍ରଦୂଷଣକୁ ରୋକିବାକୁ ଏକ ନୂତନ ପ୍ରୟାସ କରିଛନ୍ତି କେନ୍ଦୁଝରର ଜନାର୍ଦ୍ଦନ ଗିରି । ସେ ନିଜ ପ୍ରଚେଷ୍ଟାରେ ଏକ ସୋଲାର କାର ପ୍ରସ୍ତୁତ କରିବା ସହ ତାକୁ ବ୍ୟବହାର କରି ଆସୁଛନ୍ତି । ଯାହାକୁ ନେଇ ତାଙ୍କୁ ଅନେକ  ପ୍ରଶଂସା କରିଛନ୍ତି ।

keonjhar solar car
ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

By

Published : Dec 5, 2019, 3:00 PM IST

Updated : Dec 5, 2019, 8:24 PM IST

କେନ୍ଦୁଝର: ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ଯାହା ସମସ୍ତଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଏହି ପ୍ରଦୂଷଣକୁ ରୋକିବାକୁ ବେସରକାରୀ ଓ ସରକାରୀ ସ୍ତରରେ ମଧ୍ୟ ବହୁ ପ୍ରୟାସ ଜାରି ରହିଛି । ବର୍ତ୍ତମାନ ପରିବେଶ ପ୍ରଦୂଷଣର ଏକ ମୁଖ୍ୟ କାରଣ ହେଉଛି ବିଭିନ୍ନ ଯାନବାହାନରୁ ବାହାରୁଥିବା ପ୍ରଦୂଷିତ ଧୂଆଁ । ଏହି ଧୂଆଁ ପ୍ରାଣୀଜଗତ ସହ ପରିବେଶକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ । ଏହି ପରିବେଶ ପ୍ରଦୂଷଣକୁ ରୋକିବାକୁ ଏକ ନୂତନ ପ୍ରୟାସ କରିଛନ୍ତି କେନ୍ଦୁଝରର ଜନାର୍ଦ୍ଦନ ଗିରି । ସେ ନିଜ ପ୍ରଚେଷ୍ଟାରେ ଏକ ସୋଲାର କାର ପ୍ରସ୍ତୁତ କରିବା ସହ ତାକୁ ବ୍ୟବହାର କରି ଆସୁଛନ୍ତି । ଯାହାକୁ ନେଇ ତାଙ୍କୁ ଅନେକ ପ୍ରଶଂସା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସୂଚନା ଲୋକ ସମ୍ପର୍କ ବିଭାଗରୁ ଇଲେକ୍ଟ୍ରିକାଲ ଡିଭିଜନର ଇଂଜିନିୟର ଭାବେ ଅବସର ପରେ କେନ୍ଦୁଝର ଜିଲ୍ଲାରେ ପ୍ରଥମେ ଏକ ଇଲେକ୍ଟ୍ରିକ ବାଇକ ଦୋକାନ କରିଥିଲେ । ଜନାର୍ଦ୍ଦନ କେନ୍ଦୁଝର ସହରରୁ ଦଶ କିଲୋମିଟର ଦୂର ଗୋପାଳପୁର ଗ୍ରାମରେ ସପରିବାର ବସବାସ କରନ୍ତି । ସେ ସବୁଦିନ ଦୋକାନ ଓ ନାତି ନାତୁଣୀଙ୍କୁ କେନ୍ଦୁଝର ସହରକୁ ନେବା ଆଣିବା ପାଇଁ ନିଜ କାର ବ୍ୟବହାର କରନ୍ତି । ଏହି କାର ବ୍ୟବହାର ଦ୍ବାରା ପେଟ୍ରୋଲ ଖର୍ଚ୍ଚ ତାଙ୍କୁ ବାଧିବା ସହ ପରିବେଶ ପ୍ରଦୂଷଣ କଥା ମଧ୍ୟ ତାଙ୍କ ମନକୁ ଆନ୍ଦୋଳିତ କରିଥିଲା । ଏଥିପାଇଁ ସେ ସାନ ପୁଅଙ୍କ ସାହାଯ୍ୟରେ ନିଜ କାରଟିକୁ ସୋଲାର କାର କରିବାକୁ ଚିନ୍ତା କରିଥିଲେ । ନିଜର ପୁରୁଣା କାରରୁ ଇଞ୍ଜିନଟିକୁ ଖୋଲି ସେଥିରେ ବିଏଲଡିସି ମଟର, କଣ୍ଟ୍ରୋଲର, ପାଞ୍ଚୋଟି ସୋଲାର ପ୍ୟାନେଲ ଆଦି ଲଗେଇ ସୋଲାର କାର ନିର୍ମାଣ କରିଛନ୍ତି ଜନାର୍ଦ୍ଦନ ଗିରି ।ଏଥିପାଇଁ ଜନାର୍ଦ୍ଦନଙ୍କୁ ଏକ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା । ଜନାର୍ଦ୍ଦନ ଏହି କାରକୁ ବ୍ୟବହାର କରି ଖର୍ଚ୍ଚ ବଞ୍ଚାଇବା ସହ ପରିବେଶକୁ ମଧ୍ୟ ପ୍ରଦୂଷଣ ମୁକ୍ତ କରିବାରେ ସଫଳ ହୋଇଛନ୍ତି ।


ଜନାର୍ଦ୍ଦନ ନିଜର ଇଂଜିନିୟରିଂ ବୃତ୍ତି ସହ ଜଣେ ସଫଳ ଚାଷୀ ମଧ୍ୟ । ନିଜର ପାଞ୍ଚ ଏକର ବାଡ଼ି ମଧ୍ୟରେ ବିଭିନ୍ନ ପ୍ରକାରର ଆମ୍ବ, ଲିଚୁ, ଲେମ୍ବୁ, ନଡ଼ିଆ, କଦଳୀ ଚାଷ କରନ୍ତି । ତାଙ୍କର ଏହି ସୋଲାର କାରକୁ ନେଇ ପରିବାର ଲୋକ ବହୁଖୁସି ଥିବା ସହ ବୁଦ୍ଧିଜୀବିମାନେ ବେଶ ତାରିଫ କରିଛନ୍ତି। ଆଗାମୀ ଦିନରେ ସରକାର ଯଦି ସୋଲାର ଜନିତ ଯାନ ଉପରେ ମନୋନିବେଶ କରନ୍ତେ ବହୁ ମାତ୍ରାରେ ପ୍ରଦୂଷଣ ନିୟନ୍ତ୍ରଣ ହୋଇ ପାରିବ ବୋଲି ଜନାର୍ଦ୍ଦନ ଆଶା ରଖିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Dec 5, 2019, 8:24 PM IST

ABOUT THE AUTHOR

...view details