ଓଡିଶା

odisha

ETV Bharat / state

ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କରି ପୁରସ୍କୃତ - ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ

ଦୁର୍ଘଟଣା ସମୟରେ ଆହତଙ୍କୁ ସାହାଯ୍ୟ କରୁଥିବା କିଛି ସହୃଦୟ ବ୍ୟକ୍ତିଙ୍କୁ ଆଜି କେନ୍ଦୁଝର ପୋଲିସ ପକ୍ଷରୁ ପୁରସ୍କୃତ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

By

Published : Aug 16, 2019, 2:04 PM IST

କେନ୍ଦୁଝର: ଦିନକୁ ଦିନ ସଡ଼କ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଉ ଏହି ଦୁର୍ଘଟଣାରେ ଅନେକ ସମୟରେ ଚିକିତ୍ସା ଅଭାବରୁ ଅନେକଙ୍କ ମୃତ୍ୟୁ ଘଟୁଛି । ତେବେ ଦୁର୍ଘଟଣା ସମୟରେ ଆହତଙ୍କୁ ସାହାଯ୍ୟ କରୁଥିବା କିଛି ସହୃଦୟ ବ୍ୟକ୍ତିଙ୍କୁ ଆଜି କେନ୍ଦୁଝର ପୋଲିସ ପକ୍ଷରୁ ପୁରସ୍କୃତ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଏହିଭଳି 13 ଜଣ ବଦାନ୍ୟ ବ୍ୟକ୍ତିଙ୍କୁ ଜିଲ୍ଲା ପୋଲିସ ପକ୍ଷରୁ ମାନପତ୍ର ସହ 2 ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ହେଇଥିବା ଦୁର୍ଘଟଣା ଘଟଣାରେ ଆରକ୍ଷୀ ଅଧିକ୍ଷକ 13 ଜଣକୁ ସମ୍ମାନିତ କରିବା ସହ ପ୍ରଶଂସା କରିଥିଲେ । ଦୁର୍ଘଟଣାରେ ଶିକାର ହେଉଥିବା ବ୍ୟକ୍ତିଙ୍କୁ ନିସଙ୍କୋଚ ଭାବେ ସାହାଯ୍ୟ କରିବା ପାଇ ଲୋକଙ୍କୁ ଏଦିଗରେ ଆହୁରି ପ୍ରୋତ୍ସାହିତ କରିବ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details