ଓଡିଶା

odisha

ETV Bharat / state

ଅନ୍ଧବିଶ୍ବାସ: ଜୀବନଦାନ ପାଇଁ ଗୁଣିଗାରେଡି

ଶୁକ୍ରବାର ରାତିରେ ମଙ୍ଗୁଲୁ ମୁଣ୍ଡା ଘର ବାହାରେ ଶୋଇଥିବାବେଳେ ତାଙ୍କୁ ଏକ ବିଷଧର ସାପ କାମୁଡିଥିଲା । ଫଳରେ ପରିବାର ଲୋକେ ତାଙ୍କୁ ବଞ୍ଚାଇବାକୁ ଯାଇ ଗୁଣି ଗାରେଡି କରି ବିଫଳ ହେବା ପରେ ଶନିବାର କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର

By

Published : Jun 29, 2019, 2:40 PM IST

କେନ୍ଦୁଝର: ସମାଜ ଯେତେ ଆଗକୁ ବଢିଲେ ମଧ୍ୟ କିଛି ଲୋକଙ୍କ ଚିନ୍ତାଧାରା ଆଜିବି ପଛରେ ରହିଯାଇଛି । ତେଣୁ ଅନ୍ଧବିଶ୍ବାସ ଭଳି ପ୍ରଥାକୁ କିଛି ଲୋକ ଆଜିବି ମାନୁଛନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝରର ସଦର ଥାନା ଅନ୍ତର୍ଗତ ମହାଦେଇଯୋଡ଼ା ଗ୍ରାମରେ ।

ଶନିବାର ଉପରୋକ୍ତ ଗ୍ରାମରେ ମଙ୍ଗୁଲୁ ମୁଣ୍ଡା ନାମକ ଜଣେ ବୃଦ୍ଧଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ଜଣାପଡିବା ପରେ ତାଙ୍କୁ ବଞ୍ଚାଇବା ପାଇଁ ପରିବାର ଲୋକଙ୍କ ପକ୍ଷରୁ ଗୁଣି ଗାରେଡି କରାଯାଇଥିବା ଜଣାପଡ଼ିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର

ସୂଚନା ମୂତାବକ, ମଙ୍ଗୁଲୁ ଘର ବାହାରେ ଶୋଇଥିବାବେଳେ ତାଙ୍କୁ ଏକ ବିଷଧର ସାପ କାମୁଡିଥିଲା । ତେବେ ଏହାପରେ ପରିବାର ଲୋକ ତାଙ୍କୁ ଉଠାଇବା ପାଇଁ ଚେଷ୍ଟା କରି ବିଫଳ ହେବାପରେ ମଙ୍ଗୁଲୁ ମରିଯାଇଥିବା ନେଇ ସେମାନେ ସନ୍ଦେହ କରିଥିଲେ ।

ଏହାପରେ ସେମାନେ ତାଙ୍କୁ ବଞ୍ଚାଇବାକୁ ଯାଇ ଗୁଣି ଗାରେଡିରେ କିଛି ଫଳ ନ ମିଳିବାରୁ ଶନିବାର କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ବ୍ୟବଚ୍ଛେଦ ପାଇଁ ପଠେଇଦେଇଥିବା ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details