କେନ୍ଦୁଝର: କେନ୍ଦ୍ର ସରକାର ଅନଲକ-୨ ଘୋଷଣା କଲା ପରେ ରାଜ୍ୟ ସରକାର କେନ୍ଦୁଝର ଜିଲ୍ଲାକୁ ଜୋନ-୧ ପରିଧିରେ ରଖିଥିଲେ। ଏହି ଯୋନ ୧ ଘୋଷଣା ପରେ ସପ୍ତାହ କୁ ଦୁଇ ଦିନ ସଟଡାଉନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା । ଜୁଲାଇ ମାସ ପରି ଅଗଷ୍ଟ ମାସରେ ମଧ୍ୟ ପ୍ରତି ଶନିବାର ଓ ରବିବାର ଜିଲ୍ଲାରେ ଏହି ସଟଡାଉନ ଲାଗୁ ହେବ ବୋଲି ପ୍ରଶାସନ ଘୋଷଣା କରିଥିଲା । ଆଜି ଏହି ସଟଡାଉନର ମାସର ଦ୍ୱିତୀୟ ରବିବାର ।
ସଟଡାଉନରେ ଜିଲ୍ଲାର ପ୍ରତି ଛକ, ଗଳିରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅତ୍ୟାବଶ୍ୟକ ଦୋକାନ, ଗାଡି ଚଳାଚଳ ବ୍ୟତୀତ ଅନ୍ୟସବୁ ବନ୍ଦ ରହିଛି । ଜିଲ୍ଲାରେ ଏକ ହଜାର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାର କରିଥିବା ବେଳେ 4 ଜଣଙ୍କର ମୃତ୍ୟୁ ଘଟିଛି । ପୂର୍ବରୁ ଟିଏମସିରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏବେ ସ୍ଥାନୀୟ ଆକ୍ରାନ୍ତ ପ୍ରଶାସନର ଚିନ୍ତା ବଢାଇଛି ।