କେନ୍ଦୁଝର:ସଦର ଥାନା ପଦ୍ମପୁର ଗ୍ରାମରେ ଚାଞ୍ଚଲ୍ୟ । ବିଳମ୍ବିତ ରାତିରେ ମେଡ଼ିସିନ ଦୋକାନ କର୍ମଚାରୀଙ୍କୁ ବିଭତ୍ସ ହତ୍ୟା । ଭୁଜାଲିରେ ଆକ୍ରମଣ କରି ହତ୍ୟା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଝାରଖଣ୍ଡର ଜୋଶବନ୍ତ ବାଗେଲ ।
ସୂଚନା ଅନୁଯାୟୀ, ଗତକାଲି( ଶୁକ୍ରବାର) ରାତିରେ ଜୋଶବନ୍ତ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ପ୍ରଥମେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିବା ପରେ ଛାତିକୁ ଭୁଜାଲିରେ ଆକ୍ରମଣ କରିଥିଲେ । ଏନେଇ ଖବର ପାଇ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜୋଶବନ୍ତକୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।