କେନ୍ଦୁଝର: ଅର୍ଥ ଲଗାଣକାରୀ ସଂସ୍ଥାଙ୍କ ଦ୍ଵାରା ଋଣ ନେଇଥିବା ବିଭିନ୍ନ ଗ୍ରୁପର ମହିଳାଙ୍କ ଠାରୁ ଜବରଦସ୍ତ ଟଙ୍କା ଆଦାୟକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । କୋରୋନା ଆତଙ୍କରେ ଆତଙ୍କିତ ସାରା ବିଶ୍ବ । ଏଥିରୁ ବାଦ ପଡିନି ଭାରତ। ଏହିପରି ସମୟରେ ଭାରତ ସରକାରଙ୍କ ସମେତ ଦେଶର ବିଭିନ୍ନ ରାଜ୍ୟର ସରକାର ଲକଡାଉନ ଓ ସଟଡାଉନ ପରି କଡା ପଦକ୍ଷେପ ଗ୍ରହଣ କରିଛନ୍ତି ।
ଯାହାଫଳରେ ଗରିବ ଲୋକଙ୍କର କାମଧନ୍ଦା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଏପରି ସ୍ଥଳରେ ଜୁନ ୩୦ ଯାଏଁ କୌଣସି ଅର୍ଥ ଲଗାଣକାରୀ ସଂସ୍ଥାମାନେ ଅର୍ଥ ଆଦାୟ ନକରିବାକୁ ଦେଶର ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ । ହେଲେ ସରକାରଙ୍କ ନିୟମକୁ ଖାତିର ନକରି ଲୋକଙ୍କ ଉପରେ ଜୁଲୁମ କରୁଛନ୍ତି ଅର୍ଥ ଲଗାଣକାରୀ ସଂସ୍ଥା । କେନ୍ଦୁଝର ଝୁମ୍ପୁରା ବ୍ଲକର ଦଶରୁ ଉର୍ଦ୍ଧ୍ବ ପଞ୍ଚାୟତର ବିଭିନ୍ନ ଗ୍ରୁପ କରି ବେସରକାରୀ ଅନୁଷ୍ଠାନ ଗୁଡିକରୁ ଲୋନ ନେଇଥିଲେ ।