ଓଡିଶା

odisha

By ETV Bharat Odisha Team

Published : Oct 13, 2023, 5:30 PM IST

ETV Bharat / state

ହଷ୍ଟେଲ ଖାଦ୍ୟ ଖାଇ ୨୫ ଛାତ୍ରୀ ଅସୁସ୍ଥ, ଜାରି ରହିଛି ଚିକିତ୍ସା

ହଷ୍ଟେଲ ଖାଦ୍ୟ ଖାଇ ସ୍କୁଲ ଯିବା ପରେ ୨୫ରୁ ଊର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ । ସମସ୍ତ ଛାତ୍ରୀଙ୍କ ମୁଣ୍ଡବିନ୍ଧା ସହ ପେଟରେ ଅସହ୍ୟ ପିଡା ଅନୁଭୂତ କରିଥିଲେ । ଅଧିକ ପଢନ୍ତୁ

ଅନ୍ୱେଷା ହଷ୍ଟେଲର ୨୫ ଜଣ ଛାତ୍ରୀ ଅସୁସ୍ଥ
ଅନ୍ୱେଷା ହଷ୍ଟେଲର ୨୫ ଜଣ ଛାତ୍ରୀ ଅସୁସ୍ଥ

ଅନ୍ୱେଷା ହଷ୍ଟେଲର ୨୫ ଜଣ ଛାତ୍ରୀ ଅସୁସ୍ଥ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବେଳଦା ଅଞ୍ଚଳରେ ଅଭାବନୀୟ ଘଟଣା । ହଷ୍ଟେଲ ଖାଦ୍ୟ ଖାଇ ସ୍କୁଲ ଯିବା ପରେ ୨୫ରୁ ଊର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ । ସମସ୍ତ ଛାତ୍ରୀଙ୍କ ମୁଣ୍ଡବିନ୍ଧା ସହ ପେଟରେ ଅସହ୍ୟ ପୀଡା ଅନୁଭବ କରିଥିଲେ । ପରେ ସମସ୍ତ ଛାତ୍ରୀଙ୍କୁ ନିକଟସ୍ଥ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ତାଙ୍କ ଚିକିତ୍ସା ଜାରିଥିବା ହଷ୍ଟେଲ ସୁପରିଟେଣ୍ଡଣ୍ଟ କହିଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ସଦର ବ୍ଲକ ବେଳଦା ସ୍ଥିତ ଅନ୍ୱେଷା ହଷ୍ଟେଲରେ ।

ସୂଚନାନୁଯାୟୀ, ଆଜି ଅନ୍ୱେଷା ହଷ୍ଟେଲରେ ଥିବା ୨୫ରୁ ଊର୍ଦ୍ଧ୍ବ ଛାତ୍ରୀ ଡାଲମା ଭାତ ଖାଇ ଗ୍ରୀନଫିଲ୍ଡ ବିଦ୍ୟାଳୟରେ ଅଧ୍ୟୟନ କରିବାକୁ ଯାଇଥିଲେ । କିଛି ସମୟ ପରେ ସମସ୍ତ ଛାତ୍ରୀ ଅସୁସ୍ଥତା ଅନୁଭବ କରିଥିଲେ । ପରେ ସମସ୍ତ ଅସୁସ୍ଥଙ୍କୁ ଜିଲ୍ଲା ବଡ ମେଡାକାଲରେ ଭର୍ତ୍ତି କରିଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ । ସେଥି ମଧ୍ୟରୁ ୧୭ ଜଣ ଗୁରୁତର ଥିବା ବେଳେ ୭ଜଣ ଛାତ୍ରୀ ସାମୟିକ ଚିକିତ୍ସା ପରେ ହଷ୍ଟେଲକୁ ପଠାଇଛନ୍ତି ଡାକ୍ତର ।

ହଷ୍ଟେଲ ସୁପରିଟେଣ୍ଡେଣ୍ଟ ସନ୍ତୋଷ ସାହୁ କହିଛନ୍ତି, ‘‘କେନ୍ଦୁଝର ସଦର ବ୍ଲକ ବେଳଦା ସ୍ଥିତ ଅନ୍ୱେଷା ହଷ୍ଟେଲରେ ୪୬୮ ଜଣ ଛାତ୍ରଛାତ୍ରୀ ରହି ପାଠ ପଢ଼ୁଛନ୍ତି । ଏଥି ମଧ୍ୟରୁ ୧୮୫ ଜଣ ଛାତ୍ରଛାତ୍ରୀ ପଳାଶପଙ୍ଗା ସ୍ଥିତ ଗ୍ରୀନଫିଲ୍ଡ ବିଦ୍ୟାଳୟରେ ଅଧ୍ୟୟନ କରନ୍ତି । ଆଜି ସକାଳୁ ସମସ୍ତ ଛାତ୍ରଛାତ୍ରୀ ଭାତ ଡାଲମା ଖାଇ ଟିଫିନ୍ ନେଇ ଗ୍ରୀନଫିଲ୍ଡ ବିଦ୍ୟାଳୟ ଯାଇଥିଲେ। ୧୮୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧୩ କେବଳ ଛାତ୍ରୀ ଥିବାବେଳେ ସେଥିମଧ୍ୟରୁ ୨୫ରୁ ଉର୍ଦ୍ଧ୍ବ ଛାତ୍ରୀ ମୁଣ୍ଡବ୍ୟଥା ପରେ ପେଟ ବ୍ୟଥାର ଶିକାର ହୋଇଥିଲେ । ତେବେ ବିଦ୍ୟାଳୟ କର୍ତ୍ତୃପକ୍ଷ ହଟେଲକୁ ଜଣାଇବା ସହ ସମସ୍ତ ଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ତେବେ ଖାଦ୍ୟ ପାଇଁ କୌଣସି ପ୍ରକାର ଅସୁବିଧା ନାହିଁ ଛାତ୍ରୀଙ୍କୁ ଭାଇରାଲ ଫ୍ଲୁ ହୋଇଛି । ସେମାନେ ସମସ୍ତେ ସୁସ୍ଥ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ....ପ୍ରାର୍ଥନା ଚାଲିଥିଲା, ହଠାତ ଅସୁସ୍ଥ ହୋଇପଡିଲେ ୫ ଛାତ୍ରୀ

ମେଡିକାଲ ସୁପରିଟେଣ୍ଡେଣ୍ଟ ଡ ଅସୀମ ଦେ କହିଛନ୍ତି, ‘‘ପ୍ରାଥମିକ ଚିକିତ୍ସାରୁ ଛାତ୍ରୀମାନଙ୍କୁ ଭାଇରାଲ ଜ୍ବର ହୋଇଥିବା ସୂଚନା ମିିଳିଛି । ଚିକିତ୍ସାପରେ 17 ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବାକି 7 ଜଣ ଓପିଡିରେ ଚିକିତ୍ସିତ ହୋଇ ହଷ୍ଟେଲକୁ ଫେରିଛନ୍ତି । ସମସ୍ତ ଛାତ୍ରୀ ସୁରକ୍ଷିତ ଥିବା ବେଳେ ଟେଷ୍ଟ ପରେ ରେଜଲ୍ଟ ସାମ୍ନାକୁ ଆସିବ ।’’ ସେପଟେ ମେଡ଼ିକାଲ ଟିମ୍ ଅନ୍ୱେଷା ହଷ୍ଟେଲ ଯାଇ ଚିକିତ୍ସା କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details