ଓଡିଶା

odisha

ETV Bharat / state

ଏକଲବ୍ୟ ହଷ୍ଟେଲରେ ଅବ୍ୟବସ୍ଥା, ସମସ୍ୟା ଜଣାଇବାକୁ ୬ କିଲୋମିଟର ଚାଲିଲେ ଛାତ୍ର - ସମସ୍ୟା ଜଣାଇବାକୁ ୬ କିଲୋମିଟର ଚାଲିଲେ ଛାତ୍ର

ସମସ୍ୟା ଘେରରେ ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲ । ସ୍କୁଲ ଅଧ୍ୟକ୍ଷକଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଛାତ୍ର । ଏଥିପାଇଁ ଖରାରେ ୬ କିଲୋମିଟର ଚାଲି ଚାଲି ଆସି ଜିଲ୍ଲାପାଳଙ୍କ ନିକଟରେ ସମସ୍ୟା ଜଣାଇଛନ୍ତି । ଅଧିକ ପଢନ୍ତୁ

ଏକଲବ୍ୟ ହଷ୍ଟେଲରେ ଅବ୍ୟବସ୍ଥା
ଏକଲବ୍ୟ ହଷ୍ଟେଲରେ ଅବ୍ୟବସ୍ଥା

By

Published : Aug 3, 2022, 7:29 PM IST

କେନ୍ଦୁଝର:ସମସ୍ୟା ଘେରରେ ଏକଲବ୍ୟ ମଡେଲ ରେସିଡେନ୍ସିଆଲ୍ ସ୍କୁଲ । ସ୍କୁଲ ଅଧ୍ୟକ୍ଷକଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଛାତ୍ର । ହଷ୍ଟେଲରେ ଖାଦ୍ୟ ପାନୀୟ ସାଙ୍ଗକୁ ବିଦ୍ୟୁତ ବିଭ୍ରାଟ ନେଇ ଅଭିଯୋଗ କଲେ ଛାତ୍ର । ଏଥିପାଇଁ ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲର ଛାତ୍ରମାନେ ୬ କିଲୋମିଟର ଖରାରେ ଚାଲି ଚାଲି ଆସି ଜିଲ୍ଲାପାଳଙ୍କ ନିକଟରେ ସମସ୍ୟା ଜଣାଇଛନ୍ତି ।

ଏକଲବ୍ୟ ହଷ୍ଟେଲରେ ଅବ୍ୟବସ୍ଥା

ଛାତ୍ରମାନଙ୍କ ଅଭିଯୋଗ ଅନୁସାରେ, "ସ୍କୁଲର ପ୍ରିନ୍ସପାଲ ସରକାରଙ୍କ ସମସ୍ତ ସୁବିଧାରୁ ବଞ୍ଚିତ କରୁଛନ୍ତି । ଆବଶ୍ୟକ ଅନୁସାରେ ପାଣି ଯୋଗାଇ ଦିଆ ଯାଉନାହିଁ । ଫଳରେ ପିଇବା, ଶୌଚ ହେବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଅନେକ ସମୟରେ ବିଦ୍ୟୁତ ରହୁନଥିବା ବେଳେ ଜେନେରେଟର ଓ ଇନଭର୍ଟର ରହିଥିବା ସତ୍ତ୍ବେ ମଧ୍ୟ ବିଦ୍ୟୁତ ସଂଯୋଗ ଦେଉନାହାନ୍ତି । ଫଳରେ ପାଠ ପଢାରେ ବହୁ ଅସୁବିଧା ହେଉଛି ଏବଂ ପାଠ ପଢ଼ି ହେଉନି । ଜଳଖିଆରେ ୫ଟଙ୍କିଆ ବିସ୍କୁଟ ଦେଉଛନ୍ତି । ଏହାସହ ସପ୍ତମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପଢ଼ିଲୁଣିି ଆଜି ଯାଏଁ ଆଇଡେଣ୍ଟି କାର୍ଡ ମିଳିନାହିଁ । ଏସବୁ ସମସ୍ୟାର ସମାଧାନ ପାଇଁ ପ୍ରିନ୍ସପାଲକୁ ଅନୁରୋଧ କଲେ ସମସ୍ୟାର ସମାଧାନ ପରିବର୍ତ୍ତେ ଆମକୁ ଦୁର୍ବ୍ୟବହାର କରୁଛନ୍ତି । ପ୍ରିନ୍ସପାଲ କଟୁ ଭାଷାରେ ଗାଳି ଦେବା ସହ ପାଠ ପଢ଼ିଲେ ପଢ଼ ନହେଲେ ଘରକୁ ଯାଅ କହି ସ୍କୁଲରୁ ତଡି ଦେଉଛନ୍ତି । ଏହା ଜଣାଇବା ଫାଇଁ ଆମେ ଆଜି ଖରାରେ ୬ କିଲୋମିଟର ଚାଲିଚାଲି ଆସିଛୁ ।"

ଅନ୍ୟପଟେ ସ୍କୁଲ ପ୍ରିନ୍ସପାଲ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସୁନିତା ପଟ୍ଟନାୟକଙ୍କ କହିବା ଅନୁସାରେ, "ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯାଉଛି । ଛାତ୍ରମାନେ ରାଗ ରଖି ଏସବୁ କରୁଛନ୍ତି । ସେପଟେ ଜିଲ୍ଲା ମଙ୍ଗଳ ଅଧିକାରୀ ଘଟଣାର ତଦନ୍ତ କରି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details