ଓଡିଶା

odisha

ETV Bharat / state

ଖୋଲିଲାନି ଆମ୍ବୁଲାନ୍ସ ଡୋର, ଦୀର୍ଘ ସମୟ ଆମ୍ବୁଲାନ୍ସ ଭିତରେ ରହିଲେ ଗୁରୁତର ବୃଦ୍ଧା - ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର

ଖୋଲିଲା ନାହିଁ ଆମ୍ବୁଲାନ୍ସ ଡୋର । ଆମ୍ବୁଲାନ୍ସ ଭିତରେ ବନ୍ଦ ହୋଇ ରହିଲେ ଗୁରୁତର ବୃଦ୍ଧା । ଅଧିକ ପଢନ୍ତୁ

serious patients locked in ambulance
serious patients locked in ambulance

By ETV Bharat Odisha Team

Published : Oct 1, 2023, 3:11 PM IST

serious patients locked in ambulance

କେନ୍ଦୁଝର: ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର । ଆମ୍ବୁଲାନ୍ସ ଭିତରେ ଥିଲେ ଗୁରୁତର ରୋଗୀ । କିନ୍ତୁ ଠିକ ସମୟରେ ଖୋଲିଲା ନାହିଁ ଆମ୍ବୁଲାନ୍ସ ଡୋର । ଶେଷରେ ଡୋର ଭାଙ୍ଗି ଗୁରୁତର ବୃଦ୍ଧାକୁ ବାହାର କରିବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଗୁରୁତର ବୃଦ୍ଧା ଜଣଙ୍କ ହେଉଛନ୍ତି କାଠବାଉଁସୁଳି ଅଞ୍ଚଳର ଚମ୍ପାବତୀ ମହାନ୍ତ।

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ରାତିରେ ସଦର ଥାନା ଅନ୍ତର୍ଗତ କାଠବାଉଁସୁଳି ଅଞ୍ଚଳର ଚମ୍ପାବତୀ ମହାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଝୁମ୍ପୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଥିଲା । କିନ୍ତୁ ଏହା ପୂର୍ବରୁ ବୃଦ୍ଧା ଜଣଙ୍କୁ ଆମ୍ବୁଲାନ୍ସ ମଧ୍ୟରୁ ବାରକରିବା କାଠିକର ପାଠ ହୋଇଥିଲା । ଆମ୍ବୁଲାନ୍ସ ଡୋର ଖୋଲିବାରୁ ଶେଷରେ ଡୋରକୁ ଭାଙ୍ଗିବାକୁ ପଡିଥିଲା । ବୃଦ୍ଧାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ପ୍ରାଥମିକ ଚିକିତ୍ସା କରାଯାଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ଏନେଇ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳପାରିନାହିଁ ।

ଏହା ମଧ୍ୟ ପଢନ୍ତୁ-ଆସିଲାନି ଆମ୍ବୁଲାନ୍ସ, ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଛଟପଟ ହେଲେ ରୋଗୀ

ସରକାର ରୋଗୀଙ୍କୁ ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ୧୦୮ ଆମ୍ବୁଲାନ୍ସର ବ୍ୟବସ୍ଥା କରିଛନ୍ତି ସତ, କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଅନେକ ସମୟରେ ଏହାର ଯନ୍ତ୍ରାଂଶ ଅଚଳ ହୋଇ ପଡ଼ୁଛି । ଯାହାର ନଗ୍ନଚିତ୍ର ଦେଖିବାକୁ ମିଳିଥିଲା କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ । ବନ୍ଦ ଆମ୍ବୁଲାନ୍ସ ମଧ୍ୟରେ ଥିବା ବେଳେ ଯଦି ଗୁରୁତର ବୃଦ୍ଧାଙ୍କ କିଛି ହୋଇଯାଇଥାନ୍ତା ତେବେ ଦାୟୀ କିଏ ରହିଥାନ୍ତା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଶୁକ୍ରବାର ଦିନ ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର ଦେଖିବାକୁ ମିଲିଥିଲା । ରୋଗୀଙ୍କୁ ଅନ୍ୟ ହସ୍ପିଟାଲ ନେବାକୁ ଆସିଲାନି 108 ଆମ୍ବୁଲାନ୍ସ । ଶେଷରେ ଜନନୀ ଏକ୍ସପ୍ରେସରେ କଟକ ଶିଶୁ ଭବନକୁ ସ୍ଥାନାନ୍ତରିତ ହୋଇଥିଲେ ଅସୁସ୍ଥ ଛାତ୍ରୀ । ଆମ୍ବୁଲାନ୍ସ ନ ଆସିବାରୁ ହସ୍ପିଟାଲ ବେଡରେ ଦୁଇ ଘଣ୍ଟା ଧରି ଛଟପଟ ହେଲେ ଜ୍ବର ଓ ରକ୍ତହୀନତାରେ ଆକ୍ରାନ୍ତ ନାବାଳିକା ।

ଶୁକ୍ରବାର ଦିନ 11 ସମୟରେ ଚିକିତ୍ସା ନିମନ୍ତେ ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ ଅର୍ପିତା । ଚିକିତ୍ସା ଦାୟିତ୍ବରେ ଥିବା ଡ଼ାକ୍ତର ପ୍ରାଥମିକ ଚିକିତ୍ସା ପରେ କଟକ ଶିଶୁଭବନକୁ ସ୍ଥାନାନ୍ତରିତ କରିଥିଲେ । ରୋଗୀ ଏବଂ ଉପସ୍ଥିତ ଲୋକେ ୧୦୮ ଆମ୍ବୁଲାନ୍ସ ବିଭାଗକୁ ଟେଲିଫୋନ ଯୋଗେ ଯୋଗାଯୋଗ କରିଥିଲେ । ମାତ୍ର ଆମ୍ବୁଲାନ୍ସ ନଆସିବାରୁ ମେଡିକାଲ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ଲୋକମାନେ ଜନନୀ ଏକ୍ସପ୍ରେସରେ ନାବାଳିକାଙ୍କୁ କଟକ ଶିଶୁ ଭବନକୁ ପଠାଇଥିଲେ ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details