ଓଡିଶା

odisha

ETV Bharat / state

୧୦ହଜାର ଲାଞ୍ଚ ନେବାବେଳେ ଧରାପଡିଲେ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀ

ଭିଜିଲାନ୍ସ ଜାଲରେ ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟର ବରିଷ୍ଠ କିରାଣୀ । ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ । ଅଧିକ ପଢନ୍ତୁ

ଲାଞ୍ଚ ନେବାବେଳେ ଧରାପଡିଲେ ବରିଷ୍ଠ କିରାଣି
ଲାଞ୍ଚ ନେବାବେଳେ ଧରାପଡିଲେ ବରିଷ୍ଠ କିରାଣି

By

Published : Jan 27, 2023, 5:19 PM IST

ଲାଞ୍ଚ ନେବାବେଳେ ଧରାପଡିଲେ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀ

କେନ୍ଦୁଝର: ଲାଞ୍ଚ ନେବାବେଳେ ଧରାପଡିଲେ ବରିଷ୍ଠ କିରାଣି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟର ବରିଷ୍ଠ କିରାଣି ମହେନ୍ଦ୍ର ସେଠୀ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି(ଶୁକ୍ରବାର) ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସେ ଛୁଟିର ଦରମା କରାଇଦେବାକୁ ଯୋଡ଼ାର ପ୍ରାଣୀଧନ ଡାକ୍ତର ସୁବାଶିଷ ମହାପାତ୍ରଙ୍କ ଠାରୁ ଲାଞ୍ଚ ନେଉଥିଲେ । ଏହି ସମୟରେ ସେ ଭିଜିଲାନ୍ସ ହାବୁଡରେ ପଡିଛନ୍ତି । ଲାଞ୍ଚୁଆ ବାବୁଙ୍କ ଠାରୁ ୧୦ ହଜାର ଟଙ୍କା ଜବତ କରାଯିବା ସହ ତାଙ୍କୁ ଗିରଫ କରି କେନ୍ଦୁଝର ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇ ଅଧିକ ପଚରାଉଚରା କରାଯାଇଛି ।

ସୂଚନା ମୁତାବକ, ଯୋଡାର ପ୍ରାଣୀଧନ ଡାକ୍ତର ଡାକ୍ତର ସୁବାଶିଷ ମହାପାତ୍ର ଗତବର୍ଷ ଜାନୁଆରୀ ୧୭ ରୁ ମାର୍ଚ୍ଚ ୩୦ ତାରିଖ ଯାଏଁ ଛୁଟିରେ ରହିଥିଲେ । ଛୁଟିର ଦରମା କରାଇବା ପାଇଁ ଡାକ୍ତର ବରିଷ୍ଠ କିରାଣି ମହେନ୍ଦ୍ର ସେଠୀଙ୍କୁ କହିଥିଲେ । ହେଲେ ଏହା ବାବଦରେ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ବରିଷ୍ଠ କିରାଣି । ଏହାପରେ ଡାକ୍ତର ଜଣକ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଏହି ଖବର ପାଇବା ପରେ ଯୋଜନା ମୁତାବକ ଆଜି ସକାଳେ ମହେନ୍ଦ୍ର ସେଠୀ ଡାକ୍ତର ସୁବାଶିଷଙ୍କ ଠାରୁ ନିଜ କାର୍ଯ୍ୟାଳୟରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ମାଡି ବସିଥିଲା ।

ଏହାମଧ୍ୟ ପଢନ୍ତୁ: ଆବାସ ପାଇଁ ରାଜ୍ୟ କେଉଁଠୁ ଆଣିବ ଅର୍ଥ ପ୍ରଶ୍ନ କଲେ ସମୀର ମହାନ୍ତି

ବରିଷ୍ଠ କିରାଣୀଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଏହାସହିତ ତାଙ୍କ ପୈତୃକ ଘର, ଅଫିସ ଆଦି ଦୁଇଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ତେବେ ଦିନକୁ ଦିନ ସରକାରୀ ବାବୁମାନଙ୍କ ଦୁର୍ନୀତି ଖୋର ମନୋଭାବ ବଢି ଚାଲିଥିବା ଦେଖିବାକୁ ମିଳୁଛି । ଅନେକ ସମୟର ବଡ ବଡ ବାବୁମାନେ ଭିଜିଲାନ୍ସ ହାତରେ ଧରାପଡୁଛନ୍ତି । କିଛି ଦିନ ତଳେ ନୂଆପଡା ଜିଲ୍ଲା ଖଡିଆଳର ବିଡିଓ ନାରାୟଣ ସାହୁ ଭିଜିଲାନ୍ସ ଜାଲରେ ପଡିଥିଲେ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ସରକାରୀ ବାସଭବନ, ବ୍ଲକ କାର୍ଯ୍ୟାଳୟ, ବଲାଙ୍ଗୀରରେ ଥିବା ୨ ମହଲା କୋଠା ଓ ପୈତୃକ ଘରେ ଚଢାଉ ହୋଇଥିଲା ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details