ଓଡିଶା

odisha

ETV Bharat / state

ଜଙ୍ଗଲରୁ ସ୍କ୍ରାପ ବେପାରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ - ସ୍କ୍ରାପ ବେପାରୀଙ୍କ ମୃତଦେହ ଉଦ୍ଧାର

କେନ୍ଧୁଝରର ରିମୂଳି ଥାନା ଅଧିନସ୍ଥ ଦଢୁଆପାଳ ଜଙ୍ଗଲ ନିକଟସ୍ଥ ଏକ କ୍ରସର ନିକଟରୁ ଜଣେ ସ୍କ୍ରାପ ବେପାରୀଙ୍କ ମୃତଦେହ ଉଦ୍ଧାର ହୋଇଛି । କାରବାରକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତ ପରେ ସନ୍ଦେହ କରୁଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

By

Published : Aug 17, 2019, 12:25 PM IST

କେନ୍ଦୁଝର: ଜିଲ୍ଲାର ରିମୂଳି ଥାନା ଅନ୍ତର୍ଗତ ଦଢୁଆପାଳ ଜଙ୍ଗଲ ନିକଟସ୍ଥ ଏକ କ୍ରସର ନିକଟରୁ ଜଣେ ବ୍ୟକ୍ତିର ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ ଝୁମ୍ପୂରା ଅଞ୍ଚଳ ଅର୍ସଳା ଗ୍ରାମର ସଞ୍ଜୟ ସାହୁ । ପେଶାରେ ସେ ଜଣେ ସ୍କ୍ରାପ ବେପାରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସୂଚନାନୁସାରେ, ଗତ 14 ତାରିଖରେ ସଞ୍ଜୟଙ୍କ ସ୍କ୍ରାପ ଦୋକାନକୁ 2 ଜଣ ଆସି ତାଙ୍କୁ ନିଜ ସହ ନେଇଯାଇଥିଲେ । ସେହି ଦିନରୁ ସଞ୍ଜୟ ନିଖୋଜ ଥିବା ନେଇ ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଶନିବାର ସଞ୍ଜୟଙ୍କ ମୃତଦେହ ଉଦ୍ଧାର ହେବା ପରେ ପୋଲିସ ଏକ ମାମଲା ରୁଜୁ କରିଛି । କାରବାରକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତ ପରେ ସନ୍ଦେହ କରୁଛି । ଉକ୍ତ ମାମଲାରେ ପୋଲିସ ଜଣକୁ ଅଟକ ରଖି ତଦନ୍ତ ଚଳାଇ ଥିବାବେଳେ ଆଉ ଜଣେ ଫେରାର ଥିବା ଜଣାପଡ଼ିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details