ଓଡିଶା

odisha

ETV Bharat / state

ଜିଲ୍ଲାପାଳ କ୍ଷମତା ଜାହିର କରି ମାଡ ଖାଇଲେ ସରପଞ୍ଚ - କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଁରା ପଞ୍ଚାୟତ

ସରପଞ୍ଚଙ୍କୁ ଜିଲ୍ଲାପଳ କ୍ଷମତା ଦେଇଛନ୍ତି ରାଜ୍ୟ ସରକାର । ହେଲେ ଏତିକିବେଳେ କେଉଁଠି ସରପଞ୍ଚଙ୍କ ପଦକ୍ଷେପ ସ୍ବାଗତ ଯୋଗ୍ୟ ହେଉଛି ତ କେଉଁଠି ସରପଞ୍ଚଙ୍କୁ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡୁଛି । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଁରା ପଞ୍ଚାୟତର ସରପଞ୍ଚ କହ୍ନେଇ ମୁଣ୍ଡା, ଗାଁର ଜଣେ ଯୁବକଙ୍କୁ ସଙ୍ଗରୋଧ କେନ୍ଦ୍ର ଭିତରକୁ ପଶିବାକୁ ନଦେବାରୁ ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି ।

ଜିଲ୍ଲାପାଳ କ୍ଷମତା ଜାହିର କରି ମାଡ ଖାଇଲେ ସରପଞ୍ଚ
ଜିଲ୍ଲାପାଳ କ୍ଷମତା ଜାହିର କରି ମାଡ ଖାଇଲେ ସରପଞ୍ଚ

By

Published : Jun 1, 2020, 12:13 PM IST

କେନ୍ଦୁଝର: ଜିଲ୍ଲାପାଳ କ୍ଷମତା ଜାହିର କରିବାକୁ ଯାଇ ମାଡ ଖାଇଲେ ସରପଞ୍ଚ । ଗାଁ ଯୁବକଙ୍କୁ ସଙ୍ଗରୋଧ କେନ୍ଦ୍ର ଭିତରକୁ ପଶିବାକୁ ବାରଣ କରିବାରୁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଁରା ପଞ୍ଚାୟତର ଆଦିବାସୀ ସରପଞ୍ଚ କହ୍ନେଇ ମୁଣ୍ଡାଙ୍କୁ ସର୍ବ ସମ୍ମୁଖରେ ମାଡ ମାରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସରପଞ୍ଚ ନନ୍ଦିପଦା ଥାନାରେ ଏତଲା ଦେଇଛନ୍ତି ।

ଜିଲ୍ଲାପାଳ କ୍ଷମତା ଜାହିର କରି ମାଡ ଖାଇଲେ ସରପଞ୍ଚ

ସୂଚନା ଅନୁଯାୟୀ, ସରପଞ୍ଚ କହ୍ନେଇ ମୁଣ୍ଡା ପ୍ରତିଦିନ ଅଁରା ସଙ୍ଗରୋଧ କେନ୍ଦ୍ରକୁ ଯାଇ ପ୍ରବାସୀଙ୍କର ଖାଦ୍ୟ, ପାନୀୟ ଆଦି ସମ୍ପର୍କରେ ବୁଝାସୁଝା କରିଥାନ୍ତି । ଏହି ସମୟରେ ଗାଁର ଜିତେନ୍ଦ୍ର ପରିଡା ନାମକ ଯୁବକ ସଙ୍ଗରୋଧ କେନ୍ଦ୍ର ଭିତରକୁ ପଶି ଯାଉଥିବା ବେଳେ, ସରପଞ୍ଚ ତାଙ୍କୁ ବାରଣ କରିଥିଲେ । ଏହାପରେ ଜିତେନ୍ଦ୍ର ସରପଞ୍ଚଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲା ।

କିଛି ସମୟ ପରେ ସରପଞ୍ଚ ଜଣେ ବ୍ୟକ୍ତିଙ୍କ ସହ ବାଇକରେ ଯାଉଥିବା ସମୟରେ ଏହି ଯୁବକ ଜଣକ ଗାଁରେ ସରପଞ୍ଚଙ୍କୁ ଅଟକାଇ ମାଡ ମାରିଥିବା ସରପଞ୍ଚ ଅଭିଯୋଗ ହୋଇଛି । ଏନେଇ ସରପଞ୍ଚ ଥାନାରେ ଏକ ଏତଲା ଦେଇଛନ୍ତି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details