ଓଡିଶା

odisha

ETV Bharat / state

ସରପଞ୍ଚଙ୍କୁ ଅବହେଳା, ପଦରୁ ଦେଲେ ଇସ୍ତଫା - ମହାନ ବିପ୍ଳବୀ ଧରଣୀଧର

ପଞ୍ଚାୟତର କାମରେ ସରପଞ୍ଚଙ୍କୁ ଡକା ଯାଉନଥିବା ଅଭିଯୋଗ ଆଣିଛନ୍ତି ସରପଞ୍ଚ । ଯାହାକୁ ନେଇ ସରପଞ୍ଚ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ପଞ୍ଚାୟତର କାମରେ ସରପଞ୍ଚଙ୍କୁ ଡକା ଯାଉନଥିବା ଅଭିଯୋଗ ଆଣିଛନ୍ତି ସରପଞ୍ଚ
ପଞ୍ଚାୟତର କାମରେ ସରପଞ୍ଚଙ୍କୁ ଡକା ଯାଉନଥିବା ଅଭିଯୋଗ ଆଣିଛନ୍ତି ସରପଞ୍ଚ

By

Published : May 7, 2023, 8:28 AM IST

ପଞ୍ଚାୟତର କାମରେ ସରପଞ୍ଚଙ୍କୁ ଡକା ଯାଉନଥିବା ଅଭିଯୋଗ ଆଣିଛନ୍ତି ସରପଞ୍ଚ

କେନ୍ଦୁଝର: ପ୍ରଶାସନ ପକ୍ଷରୁ ସରପଞ୍ଚଙ୍କୁ ଅବହେଳା ଅଭିଯୋଗ । ପଞ୍ଚାୟତର କାମରେ ସରପଞ୍ଚଙ୍କୁ ଡକା ଯାଉନଥିବା ଅଭିଯୋଗ ଆଣିଛନ୍ତି ସରପଞ୍ଚ । ଯାହାକୁ ନେଇ ସରପଞ୍ଚ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝରର ବରଦାପାଳ ପଞ୍ଚାୟତରେ ।

ସୂଚନାନୁଯାୟୀ, ଜିଲ୍ଲା ପ୍ରଶାସନ ଓ ଭୂୟାଁ ସାଂସ୍କୃତିକ ସଙ୍ଗଠନ କେନ୍ଦୁଝର ପକ୍ଷରୁ ମହାନ ବିପ୍ଳବୀ ଧରଣୀଧରଙ୍କ ଜନ୍ମସ୍ଥାନ ସଦରବ୍ଲକ ବରଦାପାଳ ପଞ୍ଚାୟତ କସୁମିତା ଗ୍ରାମ । ଯେଉଁଠାରେଠାରେ ଶୁକ୍ରବାର ଧରଣୀଧରଙ୍କ ଜୟନ୍ତୀ ଅନୁଷ୍ଠିତ ହୋଇଯାଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ସମାରୋହକୁ ନିର୍ବାଚିତ ଲୋକପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ମାତ୍ର ବରଦାପାଳ ସରପଞ୍ଚ ଗଣେଶଚନ୍ଦ୍ର ମୁଣ୍ଡାଙ୍କୁ ସାମାନ୍ୟ ସୂଚନା ଦିଆଯାଇନଥିଲା ବୋଲି ଅଭଯୋଗ କରିଛନ୍ତି ସରପଞ୍ଚ ।

ସରପଞ୍ଚ ଗଣେଶଚନ୍ଦ୍ର ମୁଣ୍ଡା କହିଛନ୍ତି,‘‘ନିଜ ପଞ୍ଚାୟତ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ଏକ ଜିଲାସ୍ତରୀୟ ସମାରୋହକୁ ସ୍ଥାନୀୟ ସରପଞ୍ଚଙ୍କୁ ଉପେକ୍ଷା କରାଯାଇଛି । ତେଣୁ ମୁଁ ମୋର ଇସ୍ତଫା ପତ୍ର ସଦର ବିଡିଓଙ୍କୁ ପଠାଇଛି । ଜଣେ ଆଦିବାସୀ ନେତା ହୋଇଥିବାରୁ ଉକ୍ତ ଜିଲ୍ଲା ସ୍ତରୀୟ ସମାରୋହକୁ ନିଜ ପଞ୍ଚାୟତରେ କରାଯାଇଥିଲେ ହେଁ, ମୋତେ ନିମନ୍ତ୍ରଣ କରାଯାଇ ନାହିଁ । ପଞ୍ଚାୟତର ନାମ କୌଣସି ସ୍ଥାନରେ ଉଲ୍ଲେଖ ନ ହେବା ମୋତେ ବ୍ୟଥିତ କରିବା ସହ ସରପଞ୍ଚ ପଦରେ ରହିବାକୁ ମୁଁ ଯୋଗ୍ୟ ମଣୁନାହିଁ । ତେଣୁ ଇସ୍ତଫା ଦେଇଛି । ପ୍ରଶାସନ ଯଦି କ୍ଷମା ପ୍ରାର୍ଥନା କରେ ସେ ଇସ୍ତଫା ପ୍ରତ୍ୟାହାର କରିନେବେ ’’ ।

ଏଠାରେ କଥା ଉଠୁଛି ପ୍ରଶାସନ ପକ୍ଷରୁ ଆୟୋଜିତ ଏଭଳି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚଙ୍କୁ ଜାଣିଶୁଣି ଉପେକ୍ଷା କରାଯାଇଛି ନା , ଆଦିବାସୀ ନେତା ବୋଲି ଅବହେଳା କରାଯାଇଛି ସେନେଇ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି । ଇସ୍ତଫା ପତ୍ର ଦେବା ପରେ ଗତକାଲି(ଶନିବାର) ସଦର ବ୍ଲକର ସମସ୍ତ ସରପଞ୍ଚଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକର ନିଷ୍ପତ୍ତି ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ଗଣେଶ ମୁଣ୍ଡା ।

ଏନେଇ ସଦର ବିଡିଓଙ୍କ ପ୍ରତିକ୍ରିୟା ନେବାରୁ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରିଥିବା ବେଳେ ତାଙ୍କ ନିକଟରେ କିଛି ଇସ୍ତଫା ପତ୍ର ନଥିବା ପ୍ରକାଶ କରିଥିଲେ । ବିଡିଓ କହିଛନ୍ତ ମୋ ପାଖକୁ କୌଣସି ଇସ୍ତଫା ଆସିନାହିଁ । ଏହି ଇସ୍ତଫା ପତ୍ର ପରେ ଏବେ ଜିଲ୍ଲାସ୍ତରରେ ଏକ ଆଲୋଚନାର ବିଷୟ ହୋଇଛି ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details