ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ସରେଇଁ ଗ୍ରାମକୁ ବିଦ୍ୟୁତ ବିଭାଗ ପକ୍ଷରୁ ଏଲଇଡି ଗ୍ରାମ ଘୋଷଣା । ଏଥି ସହିତ ଗ୍ରାମବାସୀଙ୍କୁ ମାଗଣା ଏଲଇଡି ବଲବ୍ ମଧ୍ୟ ବଣ୍ଟା ଯାଇଛି ।
ବିଧାୟକ ବଦ୍ରି ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶୁଭାରମ୍ଭ କରିଥିଲେ । ବିଦ୍ୟୁତ ବିଭାଗର ଏସଡ଼ିଓ ସୂର୍ଯ୍ୟକାନ୍ତ ବେହେରା ଏଲଇଡି ବଲର ଉପକାରିତା ବିଷୟରେ ଲୋକଙ୍କୁ ବୁଝାଇବା ସହ ଗ୍ରାମର ସବୁ ଘରେ ଏବଂ ରାସ୍ତାରେ ଏହି ବଲବ ଲାଗିଥିବା କହିଛନ୍ତି ।