କେନ୍ଦୁଝର: ଆଜି ହେଉଛି ପବିତ୍ର ରକ୍ଷା ବନ୍ଧନ । ଏହି ଦିନ ପ୍ରଭୁ ବଳରାମଙ୍କ ଜନ୍ମ ଦିନ । ଏହା ସହ ଭାଇ ଭଉଣୀର ସମ୍ପର୍କକୁ ଆହୁରି ରୁଦ୍ଧିମନ୍ତ କରୁଥିବାରୁ ପର୍ବ ରକ୍ଷା ବନ୍ଧନ ଉତ୍ସବ ବେଶ ଧୂମଧାମରେ ପାଳନ କରାଯାଏ ।
ବାଲୁକା କଳାରେ ସେହ୍ନର ଡୋରି ‘ରାକ୍ଷୀ’ - ବାଲୁକା କଳାରେ ଆଙ୍କିଲେ ସେହ୍ନର ଡୋରି
ଆଜି ହେଉଛି ପବିତ୍ର ରକ୍ଷା ବନ୍ଧନ । ରାକ୍ଷୀ ପୂର୍ଣ୍ଣିମା ଅବସରରେ କେନ୍ଦୁଝର ଜିଲ୍ଲାରେ ମହାଦେଇପଡାରେ ବାଲିରେ ଭାଇ ଭଉଣୀର ସ୍ନେହକୁ ନିଦର୍ଶନ ଦେଇଛନ୍ତି । ଅଧିକ ପଢନ୍ତୁ...
ବାଲୁକା କଳାରେ ଆଙ୍କିଲେ ସେହ୍ନର ଡୋରି
ପବିତ୍ର ରକ୍ଷା ବନ୍ଧନ ଅବସରରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ଘରେ ଘରେ ଖୁସିର ମାହୋଲ । ଏହି ମାହୋଲକୁ ଆହୁରି ଉଜ୍ଜୀବିତ କରିବା ପାଇଁ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡ଼ା ଗ୍ରାମର ବାଲୁକା ଶିଳ୍ପୀ ନିଶିକାନ୍ତ ବେହେରା ବାଲୁକା କଳା ମାଧ୍ୟମରେ ଭାଇ ଭଉଣୀଙ୍କ ସ୍ନେହକୁ ପ୍ରଦର୍ଶନ କରିଛନ୍ତି । ସେ ଭାଇ ଭଉଣୀଙ୍କ ଭଲପାଇବା ଓ ସ୍ନେହକୁ ବାଲିରେ ଦର୍ଶାଇ ଅଭିନନ୍ଦନ ଜଣାଇଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ