ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମରେଇଗାଁ ପଞ୍ଚାୟତ ବନ୍ତଳା ଗାଁରେ ଜଣେ ଗରିବ ପରିବାରକୁ ସାହାଯ୍ୟର ହାତ ବଢାଇଛି ଶୈଳବାଳା ଫାଉଣ୍ଡେସନ । ଫାଉଣ୍ଡେସନର ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
ସୂଚନାଅନୁସାରେ, ବନ୍ତଳା ଗ୍ରାମର ସରୋଜିନ ସାହୁଙ୍କ ସ୍ବାମୀ ବିଦେଶୀ ସାହୁ ଦୃଷ୍ଟିହୀନ ଅଟନ୍ତି । ସରୋଜିନୀ ପରିବାର ଚଳେଇବାକୁ ତେଳଭାଜି କରନ୍ତି । ସ୍ବାମୀ ତାହାକୁ ଗାଁ ଗାଁ ବୁଲି ବାଣ୍ଟନ୍ତି । ସେଇଥିରୁ ଯେତିକି ରୋଜଗାର ହୁଏ ସେଥିରେ ପରିବାର ଚାଲେ । ତାଙ୍କର ଗୋଟିଏ ଝିଅ କଲେଜରେ ପାଠ ପଢୁଛି । ତେବେ ସେ ତେଲଭାଜିରୁ ଯେତିକି ରୋଜଗାର ହେଉଛି ସେଥିରୁ ପରିବାର ପାଇଁ ଦି ମୁଠା ଖାଇବାକୁ ତ ମିଳୁଛି ହେଲେ କଷ୍ଟରେ ।