କେନ୍ଦୁଝର: ପୁଣିଥରେ ମନ୍ଦିରକୁ ଟାର୍ଗେଟ କରିଛନ୍ତି ଚୋର । ଏମିତି ଏକ ନିନ୍ଦନୀୟ କାର୍ଯ୍ୟ ହୋଇଛି କେନ୍ଦୁଝର ସିଦ୍ଧମଠ ସ୍ଥିତ ସିରିଡି ସାଇ ମନ୍ଦିରରେ । ଅଭିଯୋଗ ଅନୁସାରେ ଗତ ରାତିରେ ଚୋରମାନେ ମନ୍ଦିରର ତାଲା ଭାଙ୍ଗି ମନ୍ଦିରକୁ ପଶିଥିଲେ । ପରେ ଲକରରୁ ସୁନା ଅଳଙ୍କାର ଲୁଟିବା ସହ ଠାକୁରଙ୍କ ହୁଣ୍ଡିରେ ଟଙ୍କା ନଥିବାରୁ ସାଇବାବାଙ୍କ ମୁଣ୍ଡରୁ ରୂପା ମୁକୁଟ ନେଇ ଯାଇଛନ୍ତି ।
ଚୋରଙ୍କ ଟାର୍ଗେଟରେ ମନ୍ଦିର: ଲୁଟିନେଲେ ସୁନା ଅଳଙ୍କାର ସହ ରୂପା ମୁକୁଟ - କେନ୍ଦୁଝର ସିଦ୍ଧମଠ ସ୍ଥିତ ସିରିଡି ସାଇ ମନ୍ଦିର
ଚୋରଙ୍କ ଚୋରୀରୁ ବାଦ ପଡୁନାହାଁନ୍ତି ଭଗବାନ । ପୁଣିଥରେ ସାଇ ମନ୍ଦିରରୁ ଲୁଟ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
ଅଭିଯୋଗ ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ