କେନ୍ଦୁଝର: ଜାନୁୟାରୀ 1 ତାରିଖରୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଅନଶନରେ ବସିଛନ୍ତି 17 ଜଣ କର୍ମଚାରୀ । ଉକ୍ତ କର୍ମଚାରୀ ରୋଗୀ କଲ୍ୟାଣ ସମିତି ଅଧୀନରେ ଆଟେଣ୍ଡାଟ ଭାବେ କାର୍ଯ୍ୟ କରୁଥିଲେ । କିନ୍ତୁ ନୂତନ ନିୟମ ଅନୁଯାୟୀ ଉକ୍ତ ସମସ୍ତ କର୍ମଚାରୀଙ୍କୁ ବାହାରକରି ନୂତନ ନିର୍ମଳ ଯୋଜନା ପ୍ରଣୟନ କରି ନୂତନ କର୍ମଚାରୀ ରଖାଯାଇଛି ।
ଫଳରେ ଉକ୍ତ ସମସ୍ତ କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରାଯାଇଛି । ପୁନଃନିଯୁକ୍ତି ସାଙ୍ଗକୁ ପୁରୁଣା ଯୋଜନାରେ କାର୍ଯ୍ୟ ଦାବୀରେ ଉକ୍ତ ସମସ୍ତ କର୍ମଚାରୀ ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛଅ ଦିନ ହେଲା ଅନଶନରେ ବସିଛନ୍ତି ।