କେନ୍ଦୁଝର:ରାଜ୍ୟ ବିଜେପି ପକ୍ଷରୁ ଚାଷୀଙ୍କ ସମସ୍ୟା ନେଇ ବିଭିନ୍ନ ଜିଲ୍ଲାରେ ପ୍ରତିବାଦ କରାଯାଉଛି । ଏହି କ୍ରମରେ ଆଜି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାଧାକାନ୍ତ ମହାନ୍ତଙ୍କ ନେତୃତ୍ବରେ ୪୯ ନମ୍ବର ରାଜରାସ୍ତାକୁ ରୋକ କରାଯାଇଥିଲା।
ତୁରୁମୁଙ୍ଗା ଥାନା ଅନ୍ତର୍ଗତ ବାଉଁସୁଳି ରାଜରାସ୍ତାକୁ ଅବରୋଧ କରିଥିଲେ ବିଜେପି ନେତା । ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଜାରି ରହିଛି । କିନ୍ତୁ ସମବାୟ ବିଭାଗ ଓ ଯୋଗାଣ ବିଭାଗ ସମସ୍ୟାର ସମାଧାନ କରୁନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି ।