କେନ୍ଦୁଝର: ଜବରଦଖଲ ଉଠାଇବା ଦାବିରେ ରାସ୍ତାରୋକ ଓ ପଞ୍ଚାୟତ ଅଫିସ ସାମ୍ନାରେ ବିକ୍ଷୋଭ । କେନ୍ଦୁଝର ସଦରବ୍ଲକ ମଣ୍ଡୁଆ ଗ୍ରାମ ପଞ୍ଚାୟତ ନିକଟରେ ଦୀର୍ଘଦିନ ହେବ ଜଣେ ବ୍ୟକ୍ତି ଆମ୍ବ ତୋଟା ଠାରେ ଜବରଦଖଲ କରିଥିବା ଅଭିଯୋଗ ହୋଇଥିଲା । ଆଜିକୁ ୭ ବର୍ଷ ହେବ ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନଥିଲା । ଫଳରେ ଆଜି ମଣ୍ଡୁଆ ଗ୍ରାମବାସୀ ୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ।
ଜବରଦଖଲ ଉଚ୍ଛେଦ ଦାବିରେ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ - road strike in keonjhar
ଜବରଦଖଲ ଉଠାଇବା ଦାବିରେ ରାସ୍ତାରୋକ କଲେ ଗ୍ରାମବାସୀ । ୭ ବର୍ଷ ହେବ ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନଥିଲା । ଅଧିକ ପଢନ୍ତୁ...
![ଜବରଦଖଲ ଉଚ୍ଛେଦ ଦାବିରେ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ road strike in keonjhar](https://etvbharatimages.akamaized.net/etvbharat/prod-images/768-512-6197973-thumbnail-3x2-strike.jpg)
ଜବର ଦଖଲ ଦାବିରେ ରାସ୍ତା ରୋକ
ଜବର ଦଖଲ ଦାବିରେ ରାସ୍ତା ରୋକ
ଏହା ସହ ମାଣ୍ଡୁଆ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲେ । ଟାଉନ ପୋଲିସ ପହଞ୍ଚି ବୁଝା ସୁଝାପରେ ରାସ୍ତା ଅବରୋଧ ହଟିଥିଲା । ଆଗାମୀ ଚାରି ଦିନ ମଧ୍ୟରେ ଏହାର ସମାଧାନ କରାଯିବ ବୋଲି ପୋଲିସ ପକ୍ଷରୁ ଗ୍ରାମବାସୀଙ୍କୁ ପ୍ରତିଶୃତି ଦିଆଯାଇଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ