ଓଡିଶା

odisha

ETV Bharat / state

ବିପର୍ଯ୍ଯସ୍ତ ହୋଇ ପଡିଛି ଗମନାଗମନର ବ୍ୟବସ୍ଥା, ଆନ୍ଦୋଳନ ପାଇଁ ଚେତାବନୀ - ଧନେଇ ସେବା ସଂଘ

ବିପର୍ଯ୍ଯସ୍ତ ହୋଇ ପଡିଛି ଗମନାଗମନର ବ୍ୟବସ୍ଥା । ଆନ୍ଦୋଳନ ପାଇଁ ଦେଲେ ଚେତାବନୀ । ଉପଜିଲ୍ଲାପାଳ କହିଲେ ଖୁବ ଶିଘ୍ର ସମସ୍ୟାର ହେବ ସମାଧାନ । ଅଧିକ ପଢନ୍ତୁ....

road problem in anandapur
ବିପର୍ଯ୍ଯସ୍ତ ହୋଇ ପଡିଛି ଗମନାଗମନର ବ୍ୟବସ୍ଥା, ଆନ୍ଦୋଳନ ପାଇଁ ଦେଲେ ଚେତାବନୀ

By

Published : Oct 10, 2020, 1:18 PM IST

ଆନନ୍ଦପୁର:ବିପର୍ଯ୍ୟସ୍ତ ହୋଇପଡିଛି ଆନନ୍ଦପୁରବାସୀଙ୍କ ଯାତାୟାତ ବ୍ୟବସ୍ଥା । ଗୋଟିଏପଟେ ରାସ୍ତା ଜାମ ଲୋକଙ୍କ ପାଇଁ ସମସ୍ୟା ସାଜି ଥିବା ବେଳେ ଅନ୍ୟପଟେ 2 ପୋଲ ଲୋକଙ୍କ ମରଣଜନ୍ତା ପାଲଟିଛି । ଆନନ୍ଦପୁର ପୋଲ ଓ ବେଲବାହାଳୀପୋଲ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।

ବିପର୍ଯ୍ଯସ୍ତ ହୋଇ ପଡିଛି ଗମନାଗମନର ବ୍ୟବସ୍ଥା, ଆନ୍ଦୋଳନ ପାଇଁ ଦେଲେ ଚେତାବନୀ

ଘସିପୁରା ନିକଟ 20ନମ୍ବର ଜାତୀୟ ରାଜପଥର ବେଲବାହାଳି ପୋଲ । ଦିନରାତି ଏଠାରେ ରାସ୍ତା ଜାମ ଲାଗି ରହୁଛି । ପୋଲର ଉଭୟ ପାର୍ଶ୍ବରେ 5କିଲୋମିଟର ଦୂର ଯାଏ ଭାରିଯାନ ଦିନ ଦିନ ଧରି ଠିଆ ହୋଇ ରହୁଛି । ଫଳରେ ଲୋକଙ୍କର ଘରୁ ବାହାରିବା ମୁସ୍କିଲ ହୋଇ ପଡୁଛି । ଅଧା ପାନ୍ତରିଆ ରାସ୍ତା ଯୋଗୁଁ ଦୁର୍ଘଟଣାରେ ପ୍ରତିଦିନ ଏକାଧିକଙ୍କ ଜୀବନ ଯାଉଥିବା ଅଭିଯୋଗ ହୋଇଛି ।

ଜିଲ୍ଲାର ବିକାଶ ପାଇଁ ୪ ଦଫା ଦାବି ନେଇ ମା ଧନେଇ ସେବା ସଂଘ ପଦଯାତ୍ରା କରିଥିବା ବେଳେ ସମସ୍ୟାର ସମାଧାନ ନ ହେଲେ ଆସନ୍ତା ୧୨ ତାରିଖରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ କରିବ ବୋଲି ଚେତାବନୀ ଦିଆଯାଇଛି । ସେପଟେ, ନୂତନ ଭାବେ ଯୋଗ ଦେଇଥିବା ଆନନ୍ଦପୁର ଉପଜିଲ୍ଲାପାଳ ସମସ୍ୟାର ସମାଧାନ ପାଇଁ ଶିଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details