ଓଡିଶା

odisha

ETV Bharat / state

କୋମା ପୀଡିତଙ୍କୁ କ୍ଷତିପୂରଣ ଦେବା ଦାବୀରେ ରାସ୍ତାରୋକ - ରାସ୍ତାରୋକ

ଗତ ରବିବାର ଦିନ ଏକ ବୋଲେର ଧକ୍କାରେ ମୁଖାର୍ଜୀ ହଟିଂର ମନିଲତା ମଲ୍ଲିକ ଗୁରୁତର ହୋଇପଡ଼ିଥିଲେ । ତେବେ ମନିଲତା ଅବସ୍ଥା ସଙ୍କଟାପନ୍ନ ହୋଇ କୋମାରେ ରହିଛନ୍ତି । ତେବେ ମୁଖାର୍ଜୀ ହଟିଂ ବାସିନ୍ଦା ଏନେଇ କ୍ଷତିପୂରଣ ଦେବା ଦାବିରେ ଯୋଡା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ।

ଫଟୋ ସୌଜନ୍ଯ: ସମ୍ବାଦାତା, କେନ୍ଦୁଝର

By

Published : May 10, 2019, 10:20 AM IST

Updated : May 10, 2019, 11:12 AM IST

କେନ୍ଦୁଝର: କଟକରେ ଚିକିତ୍ସିତ ହେଉଥିବା ଆତ୍ମୀୟଙ୍କ ପାଇଁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ଯୋଡ଼ା ମୁଖାର୍ଜୀ ହଟିଂ ର ବସ୍ତି ବାସିନ୍ଦା । ଗତ ରବିବାର ଦିନ ଏକ ବୋଲେର ଧକ୍କାରେ ମୁଖାର୍ଜୀ ହଟିଂର ମନିଲତା ମଲ୍ଲିକ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ତୁରନ୍ତ କଟକ ସ୍ଥାନାନ୍ତରିତ କରାଯାଇଥିଲା ।

ଭିଡିଓ ସୌଜନ୍ଯ: ସମ୍ବାଦାତା, କେନ୍ଦୁଝର

ତେବେ ମନିଲତା ଅବସ୍ଥା ସଙ୍କଟାପନ୍ନ ହୋଇ କୋମାରେ ରହିଛନ୍ତି । ତାଙ୍କର ଚିକିତ୍ସା ପାଇଁ କୌଣସି ସାହାଯ୍ୟ ନମିଳିବାରୁ ମୁଖାର୍ଜୀ ହଟିଂ ବାସିନ୍ଦା ଯୋଡ଼ା ଥାନା ଦ୍ବାରସ୍ଥ ହୋଇଥିଲେ । କିନ୍ତୁ ଯୋଡା ଥାନା ପୋଲିସ ଏ ବିଷୟରେ ଗୁରୁତ୍ଵ ନ ଦେବାରୁ ଶୁକ୍ରବାର ଦିନ ମୁଖାର୍ଜୀ ହଟିଂ ବାସିନ୍ଦା କ୍ଷତିପୂରଣ ଦାବିରେ ଯୋଡା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ଫଳରେ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ତେବେ ଘଟଣାସ୍ଥଳରେ ଯୋଡା ପୋଲିସ୍‌ ପହଞ୍ଚି ସ୍ଥାନୀୟ ବାସିନ୍ଦାଙ୍କୁ ବୁଝାସୁଝା କରିଛି।


କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : May 10, 2019, 11:12 AM IST

ABOUT THE AUTHOR

...view details