ଓଡିଶା

odisha

ETV Bharat / state

ବଢୁଛି ଦୁର୍ଘଟଣା, ମରଣଜନ୍ତା ସାଜିଛି ଅର୍ଦ୍ଧନିର୍ମିତ ରାସ୍ତା - Road Accidents rises at keonjhar

ଅସମ୍ପୂର୍ଣ୍ଣ ରାସ୍ତା ଯୋଗୁଁ କେନ୍ଦୁଝର ଜିଲ୍ଲାରେ ସଡ଼କ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

Road Accidents rises at keonjhar, people alleged bad road condition
ବଢୁଛି ଦୁର୍ଘଟଣା, ମରଣଜନ୍ତା ସାଜିଛି ଅର୍ଦ୍ଧନିର୍ମିତ ରାସ୍ତା

By

Published : Oct 15, 2020, 9:56 PM IST

କେନ୍ଦୁଝର:ଦିନକୁ ଦିନ ସଡ଼କ ଦୁର୍ଘଟଣାର ମାତ୍ରା ବଢ଼ିବାରେ ଲାଗିଛି । ବେପରୁଆ ଗାଡି ଚାଳନା ସାଙ୍ଗକୁ ଅର୍ଦ୍ଧନିର୍ମିତ ରାସ୍ତା ସଡ଼କ ଦୁର୍ଘଟଣାର ମୁଖ୍ୟ କାରଣ ସାଜିଛି । ଅସମ୍ପୂର୍ଣ୍ଣ ରାସ୍ତା ଯୋଗୁଁ କେନ୍ଦୁଝର ଜିଲ୍ଲାରେ ସଡ଼କ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହା ସାଙ୍ଗକୁ ଓଭରବ୍ରିଜ ଗୁଡିକ ଅର୍ଧ ନିର୍ମାଣ ଓ ଏହାକୁ ସଂଯୋଗ କରୁଥିବା ରାସ୍ତା ଗୁଡିକ ପୁନଃ ମରାମତି ନହେବା ଯୋଗୁଁ ଜିଲ୍ଲାରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି ।

ବଢୁଛି ଦୁର୍ଘଟଣା, ମରଣଜନ୍ତା ସାଜିଛି ଅର୍ଦ୍ଧନିର୍ମି

ଏପରି ଓଭରବ୍ରିଜ ଜିଲ୍ଲାର ଢେଙ୍କିକୋଟ, ରାଇସୁଆଁ, ବାଲିଆଗୋଡ଼ାରେ ଥିବା ବେଳେ ଏଗୁଡ଼ିକୁ ସଂଯୋଗ କରୁଥିବା ରାସ୍ତାର ମରାମତି କରାଯାଉନାହିଁ । ଫଳରେ ଏହି ରାସ୍ତା ମରଣଜନ୍ତା ସାଜିଛି ।

ବିଶେଷ କରି କେନ୍ଦୁଝର ସହର ନିକଟସ୍ଥ ବାଲିଆଗୋଡ଼ା ଓଭରବ୍ରିଜ ଜିଲ୍ଲା ବାସୀଙ୍କ ପାଇଁ ଅଭିଶାପ ପାଲିଟିଛି । ଏହି ବ୍ରିଜ ତଳ ଦେଇ ପ୍ରତିଦିନ ହଜାର ହଜାର ଯାନବାହନ ଚଳାଚଳ କରୁଥିବାବେଳେ, ଏହାକୁ ସଂଯୋଗ କରୁଥିବା ରାସ୍ତାରେ ଆଣ୍ଠୁଏ ଲେଖାଏଁ ଖାଲ ରହିଛି । ଫଳରେ ଉକ୍ତ ରାସ୍ତା ଦେଇ ଯାଉଥିବା ବଡ଼ ଯାନ ସହ ଛୋଟ ଗାଡି ଗୁଡିକ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଅନେକ ସମୟରେ ଦୁର୍ଘଟଣା ଘଟି ମୃତ୍ୟୁ ମୁଖରେ ମଧ୍ୟ ପଡୁଛନ୍ତି ସାଧାରଣ ଲୋକେ । ଏନେଇ ପ୍ରଶାସନକୁ ବାରମ୍ବାର ଜଣାଉଥିଲେ ମଧ୍ୟ କିଛି ସୁଫଳ ହେଉନଥିବା ଅଭିଯୋଗ କରିଛନ୍ତି ସାଧାରଣ ଲୋକେ । ଉକ୍ତ ରାସ୍ତାର ଯଥାଶୀଘ୍ର ମରାମତି ନହେଲେ, ଆଗାମୀ ଦିନରେ ଜନ ଆନ୍ଦୋଳନ ଗଢି ଉଠିବ ବୋଲି ଲୋକେ ଚେତାବନୀ ଦେଇଛନ୍ତି । ଏନେଇ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details