କେନ୍ଦୁଝର: ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ଅନ୍ତର୍ଗତ ଗେହ୍ଲାଚାପଲ ଗ୍ରାମ ନିକଟରେ ସ୍କୁଟି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ତିନିଜଣ ଯୁବକ ସ୍କୁଟିରେ ସୁନାପେଣ୍ଠ ସାପ୍ତାହିକ ହାଟରୁ କାମ ସାରି ଫେରିବା ସମୟରେ ଭାରସ୍ୟାମ ହରାଇ ସ୍କୁଟିଟି ଏକ ଗଛରେ ପିଟି ହୋଇଥିଲା। ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଦୁଇଜଣ ଗୁରୁତର ଆହତ ହୋଇଥିଲେ।
ଗଛରେ ପିଟିହେଲା ସ୍କୁଟି: ଜଣେ ମୃତ, ଦୁଇ ଆହତ - ଗଛରେ ପିଟିହେଲା ସ୍କୁଟି
ଭାରସାମ୍ୟ ହରାଇ ଗଛରେ ପିଟିହେଲା ସ୍କୁଟି । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।
road-accident-in-keonjhara-1-dead-and-2-injuried
ଗଛରେ ପିଟିହେଲା ସ୍କୁଟି, ଜଣେ ମୃତ ଓ ଦୁଇ ଆହତ
ଦୁର୍ଘଟଣା ସମ୍ପର୍କରେ ଅଗ୍ନିଶମ ବାହିନୀ ଖବର ପାଇ ଘଟଣା ସ୍ଥଳକୁ ଯାଇ ସମସ୍ତଙ୍କୁ ଉଦ୍ଧାର କରି ହରିଚନ୍ଦନପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ତେବେ ମୃତ ଯୁବକ ଜଣକ ବଣିଟାଙ୍ଗର ଗ୍ରାମର ମଙ୍ଗଲ ମୁଣ୍ଡା ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ଦୁଇଜଣଙ୍କ ପରିଚୟ ମିଳିପାରିନାହିଁ। ଖବର ପାଇ ଦୈତାରି ପୋଲିସ ଘଟଣାର ତଦନ୍ତ ଚଳାଇଛି।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ