ଆନନ୍ଦପୁର:କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସିଆପଡା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଡ୍ରାଇଭରଙ୍କ ଆଖି ଲାଗିଯାଇଥିବାରୁ ଗାଡିଟି ଭାରସାମ୍ୟ ହରାଇ ସାମ୍ନାରେ ଯାଉଥିବା ଅନ୍ୟ ଏକ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଗାଡିଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ଡ୍ରାଇଭର ଜଣଙ୍କ କେବିନି ଭିତରେ ଚାପି ହୋଇଯାଇଥିଲେ ।
ଆନନ୍ଦପୁର ସିଆପଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଡ୍ରାଇଭର ମୃତ - ଆନନ୍ଦପୁର ସିଆପଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା,
ଆନନ୍ଦପୁର ଉପଖଣ୍ଡ ସିଆପଡା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ.....
ଆନନ୍ଦପୁର ସିଆପଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ
ଆନନ୍ଦପୁର ସିଆପଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ
ଖବର ପାଇ ଘସିପୁରା ଦମକଳ ବାହିନୀ ପହଞ୍ଚି ଗାଡି ଭିତରୁ ଡ୍ରାଇଭରକୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଗୁରୁତର ଅବସ୍ଥାରେ ଡ୍ରାଇଭର ଜଣଙ୍କ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି । ମୃତ ଡ୍ରାଇଭର ଜଣକ ଯାଜପୁର ଜିଲ୍ଲା ଜାରକା ଅଞ୍ଚଳର ଦିଲ୍ଲୀପ କୁମାର ନାୟକ ବୋଲି ଜଣାପଡିଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ