କେନ୍ଦୁଝର: କାଞ୍ଜିପାଣି ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ବସକୁ ପିଟିଲା ଟ୍ରକ । ଫଳରେ ଜଣେ ପାଞ୍ଚ ବର୍ଷ ଝିଅର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣଙ୍କୁ ସଂକଟାପର୍ଣ୍ଣ ଅବସ୍ଥାରେ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ସେହିଭଳି ଗୁରୁତର 8 ଜଣଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନାନୂଯାୟୀ, ବୁଧବାର ବିଳମ୍ବିତ ରାତିରେ ରାକେଶ ନାମକ ଏକ ବସ କେନ୍ଦୁଝରରୁ ରାଉରକେଲା ଯାଉଥିଲା । ହଠାତ୍ ପଛରୁ ଏକ ଲୁହା ବୋଝେଇ ଟ୍ରକ ବସକୁ ଧକ୍କା ଦେଇଥିଲା । ଫଳରେ ବସଟି ଓଲଟି ପଡିଥିଲା । ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇଥିବା ଜଣାପଡିଛି ।