ଓଡିଶା

odisha

By

Published : Feb 2, 2020, 7:32 AM IST

Updated : Feb 2, 2020, 12:21 PM IST

ETV Bharat / state

କେନ୍ଦୁଝରରେ ସଡକ ଦୁର୍ଘଟଣା, 2 ମୃତ

road accident
କେନ୍ଦୁଝରରେ ସଡକ ଦୁର୍ଘଟଣା, 2 ମୃତ

07:23 February 02

କେନ୍ଦୁଝରରେ ସଡକ ଦୁର୍ଘଟଣା, 2 ମୃତ

କେନ୍ଦୁଝର: ଜିଲ୍ଲା ଦେଇ ଯାଇଥିବା  20 ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା । 2 ମୃତ । 

କେନ୍ଦୁଝରର ଗୋପାଳପୁର ଗ୍ରାମ ନିକଟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । କେନ୍ଦୁଝରରୁ ଆଇରନ ନେଇ ଯାଉଥିବା ଗୋଟିଏ ଟ୍ରକ ସହ କେନ୍ଦୁଝରକୁ କୋଇଲା ନେଇ ଆସୁଥିବା ଗୋଟିଏ ଟ୍ରକର ମୁହାଁ ମୁହିଁ ଧକ୍କା ହୋଇଥିଲା । 

ଫଳରେ ଘଟଣାସ୍ଥଳରେ 2 ଜଣଙ୍କ ମୃତ୍ୟୁ ହୋଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜଣଙ୍କର ମୃତଦେହ ବାହାର କରିଥିବାବେଳେ ଆଉ ଜଣଙ୍କର ମୃତଦେହ ବର୍ତମାନ ସୁଦ୍ଧା ଗାଡି ଭିତରେ ଚାପି ହୋଇରହିଛି । ମୃତକଙ୍କ ପରିଚୟ ମିଳି ପାରିନାହିଁ । ସେପଟେ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି । 

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Feb 2, 2020, 12:21 PM IST

ABOUT THE AUTHOR

...view details