ଓଡିଶା

odisha

ETV Bharat / state

ସିପାହୀରୁ ସଫଳ ଚାଷୀ, ସ୍ବାବଲମ୍ବୀ ହେବା ସହ ସୃଷ୍ଟି କରିଛନ୍ତି ନିଯୁକ୍ତି ସୁଯୋଗ - keonjhar district news

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକର ଲକ୍ଷ୍ମଣ କୁମାର ସାହୁ ସେନାରୁ ଅବସର ପରେ ଚାଷ କରି ସଫଳ ହୋଇଛନ୍ତି । ଯୋଗାଇଛନ୍ତି ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ସୁଯୋଗ । ଅଧିକ ପଢନ୍ତୁ...

ସିପାହୀରୁ ସଫଳ ଚାଷୀ, ନିଜେ ସ୍ବାବଲମ୍ବୀ ହେବା ସହ ସୃଷ୍ଟି କରିଛନ୍ତି ନିଯୁକ୍ତି ସୁଯୋଗ
ସିପାହୀରୁ ସଫଳ ଚାଷୀ, ନିଜେ ସ୍ବାବଲମ୍ବୀ ହେବା ସହ ସୃଷ୍ଟି କରିଛନ୍ତି ନିଯୁକ୍ତି ସୁଯୋଗ

By

Published : Jul 25, 2021, 9:26 PM IST

ଆନନ୍ଦପୁର:ସେନା ଯବାନରୁ ସଫଳ ଚାଷୀ । ଭାରତୀୟ ସେନା ବାହିନୀରେ ୨୪ ବର୍ଷ ସିପାହୀ ଭାବେ ଦେଶ ମାତୃକାର ସେବାରେ ନିୟୋଜିତ ହୋଇ ଅବସର ନେଇଥିବା କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ସାଇଁକୂଳ ଗ୍ରାମର ଲକ୍ଷ୍ମଣ କୁମାର ସାହୁ ଅବସର ପରେ ଏବେ ସଫଳ ଚାଷୀ। ନିଜ ଉଦ୍ୟମରେ ନିଜ ଗ୍ରାମ ସାଇଁକୂଳ ଠାରେ ଛେଳି, କୁକୁଡ଼ା, ମାଛ ଚାଷ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି।

ସିପାହୀରୁ ସଫଳ ଚାଷୀ, ନିଜେ ସ୍ବାବଲମ୍ବୀ ହେବା ସହ ସୃଷ୍ଟି କରିଛନ୍ତି ନିଯୁକ୍ତି ସୁଯୋଗ

ଲକ୍ଷ୍ମଣ ଚାକିରୀରୁ ଅବସର ନେବାପରେ ପ୍ରାୟ ୧୦ ଏକର ଜମି କିଣି ଘର ନିର୍ମାଣ କରି ୧୦୦ ରୁ ଅଧିକ ଛେଳି ପାଳନ ସହ ଦେଶୀ ପ୍ରଜାତିର କୁକୁଡା ,ବତକ ଓ ମାଛ ଚାଷ କରିବା ପରେ ଦୁଇ ବର୍ଷ ହେବ ବ୍ରଏଲର କୁକୁଡ଼ା ଫାର୍ମ କରି ଆତ୍ମ ସନ୍ତୋଷ ଲାଭ କରି ପାରିଛନ୍ତି । ଲକ୍ଷ୍ମଣଙ୍କ ଏହି କାର୍ଯ୍ୟ ରେ ତାଙ୍କ ସ୍ତ୍ରୀ ଓ ପୁଅ ଝିଅ ସହଯୋଗ କରୁଥିବା କହିଛନ୍ତି ସେ। ତେବେ ତାଙ୍କର ଏହି ଫାର୍ମରେ ସେ ୫ ରୁ ୭ ଜଣ ବ୍ୟକ୍ତିଙ୍କୁ ନିଯୁକ୍ତି ଦେଇଛନ୍ତି । ପ୍ରଥମେ ୩୦ଟି ଛେଳି ରଖିବା ଆରମ୍ଭ କରିବା ପରେ ୧୦୦ ରୁ ଉର୍ଦ୍ଧ୍ବ ଛେଳି ୧୦୦ ରୁ ଉର୍ଦ୍ଧ୍ବ ଦେଶୀ କୁକୁଡ଼ା ତାଙ୍କ ଛେଳି ଫାର୍ମରେ ଉନ୍ନତ ପ୍ରଜାତିର ଛେଳି ବ୍ଲାକ ବେଙ୍ଗଲ ,ଶିରୋହୀ ,ସ୍ଵଜତ ସହ ଦେଶୀ ପ୍ରଜାତିର ଛେଳି ରଖିଛନ୍ତି । ସେ ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନେକ ଗରିବ ଅସହାୟ ବ୍ୟକ୍ତିଙ୍କୁ ନିଯୁକ୍ତି ଦେଇ ରୋଜଗାରର ପନ୍ଥା ଯୋଗାଇଛନ୍ତି ।

ପୋଖରୀ ନିକଟରେ ୧୦ ହଜାର କ୍ଷମତା ବିଶିଷ୍ଟ ବ୍ରଏଲର କୁକୁଡା ଫାର୍ମ ମଧ୍ୟ କରିଛନ୍ତି । ସିପାହୀରୁ ଚାଷୀ ସାଜିଥିବା ଲକ୍ଷ୍ମଣ ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟ ମାନଙ୍କୁ ରୋଜଗାର ଦେଉଥିବାରୁ ତାଙ୍କର ଏହି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି । ଯାହା ଅନ୍ୟ ମାନଙ୍କ ପାଇଁ ସାଜିଛି ଉଦାହରଣ। ତେବେ ତାଙ୍କର ଏହି ପ୍ରୟାସକୁ ଅଞ୍ଚଳବାସୀ ବେଶ ପ୍ରଶଂସା କରିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ , ଇଟିଭି ଭାରତ

ABOUT THE AUTHOR

...view details