ଓଡିଶା

odisha

ETV Bharat / state

ରେସିଡେନ୍ସିଆଲ କମ୍ପଲେକ୍ସରେ ରାତ୍ରୀ ଜଗୁଆଳିଙ୍କ ଆତ୍ମହତ୍ୟା - ଯୋଡ଼ା ଥାନା

କେନ୍ଦୁଝର ଯୋଡ଼ା ଥାନା ଅଞ୍ଚଳରେ ରେସିଡେନ୍ସିଆଲ କମ୍ପଲେକ୍ସରେ ରାତ୍ରୀ ଜଗୁଆଳିଙ୍କ ଆତ୍ମହତ୍ୟା । କମ୍ପଲେକ୍ସର ୨ୟ ମହଲାର ଛାତ ଉପରୁ ବେକରେ ଦଉଡ଼ି ଦେଇ ଲକ୍ଷ୍ମଣ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,କେନ୍ଦୁଝର

By

Published : Oct 22, 2019, 2:55 PM IST

କେନ୍ଦୁଝର: ରାତ୍ରୀ ଜଗୁଆଳିଙ୍କ ଆତ୍ମହତ୍ୟା । କେନ୍ଦୁଝର ଯୋଡ଼ା ଥାନା ଅନ୍ତର୍ଗତ ହୁଡ଼ି ସାହିର ରେସିଡେନ୍ସିଆଲ କମ୍ପଲେକ୍ସରେ ଏହି ଘଟଣା ଘଟିଛି । ଯୋଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,କେନ୍ଦୁଝର

ଯୋଡ଼ା ଥାନା ଅନ୍ତର୍ଗତ ହୁଡ଼ି ସାହିରେ ଥିବା ରାଉତ ରେସିଡେନ୍ସିଆଲ କମ୍ପଲେକ୍ସରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ଜଗୁଆଳି ହେଉଛନ୍ତି ଯୋଡ଼ା କୁନ୍ଦୁରୁନାଲା ଅଞ୍ଚଳର ଲକ୍ଷ୍ମଣ ପାତ୍ର । ଲକ୍ଷ୍ମଣ ପାତ୍ର ଏବଂ ତାଙ୍କ ଭାଇ ଭରତ ପାତ୍ର ଉଭୟ ରାଉତ କମ୍ପଲେକ୍ସରେ ଜଗୁଆଳି ଭାବେ କାମ କରିଆସୁଥିଲେ । ଭରତ ଦିନରେ ଏବଂ ଲକ୍ଷ୍ମଣ ରାତିରେ ଜଗୁଆଳି ଭାବେ କାମ କରିବା ସହ ପାଣି ମୋଟର ଚଳାଇ ଥାଆନ୍ତି । ତେବେ ଆଜି ବଡ଼ି ଭୋର ସମୟରେ କମ୍ପଲେକ୍ସର ୨ୟ ମହଲାର ଛାତ ଉପରୁ ବେକରେ ଦଉଡ଼ି ଦେଇ ଲକ୍ଷ୍ମଣ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସୂଚନା ପାଇ ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି ଯୋଡ଼ା ପୋଲିସ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ, ଲକ୍ଷ୍ମଣ କେଉଁ ପରିସ୍ଥିତିରେ ଏଭଳି ନିଷ୍ପତ୍ତି ନେଲା, ସେ ନେଇ ଯୋଡ଼ା ପୋଲିସ ଛାନଭିନ ଜାରି ରଖିଛି । ତେବେ ଘରୋଇ ସମସ୍ୟା ଯୋଗୁଁ ଏପରି ପଦକ୍ଷେପ ନେଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details