ଓଡିଶା

odisha

କେନ୍ଦୁଝରରେ ବନଖଣ୍ଡରେ ଚିକିତ୍ସାଧୀନ ହାତୀ ଶାବକର ମୃତ୍ୟୁ

By ETV Bharat Odisha Team

Published : Oct 23, 2023, 9:29 AM IST

କେନ୍ଦୁଝର ବନଖଣ୍ଡ ବିଜେପି ରେଞ୍ଜ ଅନ୍ତର୍ଗତ ଭେଜିଡିହୀ ଗାଁ ନିକଟସ୍ଥ ଜଙ୍ଗଲରେ ଏକ ଦନ୍ତା ହାତୀ ଶାବକର ମୃତ୍ୟୁ ହୋଇଛି । ଅସୁସ୍ଥ ଅବସ୍ଥାରେ ତାକୁ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା । ଅଧିକ ପଢ଼ନ୍ତୁ

କେନ୍ଦୁଝରରେ ବନଖଣ୍ଡରେ ହାତୀ ଶାବକର ମୃତ୍ୟୁ, ଅସୁସ୍ଥ ଅବସ୍ଥାରେ ଚାଲିଥିଲା ଚିକିତ୍ସା
କେନ୍ଦୁଝରରେ ବନଖଣ୍ଡରେ ହାତୀ ଶାବକର ମୃତ୍ୟୁ, ଅସୁସ୍ଥ ଅବସ୍ଥାରେ ଚାଲିଥିଲା ଚିକିତ୍ସା

ଚିକିତ୍ସାଧୀନ ହାତୀ ଶାବକର ମୃତ୍ୟୁ

କେନ୍ଦୁଝର:ପୁଣି ଏକ ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି ।କେନ୍ଦୁଝର ବନଖଣ୍ଡ ବିଜେପି ରେଞ୍ଜ୍‌ ଅନ୍ତର୍ଗତ ଭେଜିଡିହୀ ଗାଁ ନିକଟସ୍ଥ ଜଙ୍ଗଲରେ ଏକ ଦନ୍ତା ହାତୀ ଶାବକର ମୃତ୍ୟୁ ହୋଇଛି । ମୃତ ହାତୀ ଶାବକଟି ପୂର୍ବରୁ ଅସୁସ୍ଥ ରହିଥିବା ବେଳେ ତାର ଚିକିତ୍ସା ଜାରି ରହିଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ଆଜି(ସୋମବାର) ସକାଳ ସମୟରେ ଦନ୍ତାଟି ଆଖି ବୁଜିଛି ।

ଏହାମଧ୍ୟ ପଢନ୍ତୁ..ହାତୀ ମୃତ୍ୟୁରେ ଲାଗୁନି ବ୍ରେକ୍‌: ଧାନ ବିଲରୁ ଦନ୍ତା ମୃତଦେହ ଠାବ, ତଦନ୍ତ ଜାରି

କେନ୍ଦୁଝର ବନଖଣ୍ଡ ବିଜେପି ରେଞ୍ଜ ଅନ୍ତର୍ଗତ ଭେଜିଡିହୀ ଗାଁ ନିକଟସ୍ଥ ଜଙ୍ଗଲରେ ଏକ ଦନ୍ତା ହାତୀ ଶାବକର ମୃତ୍ୟୁ ହୋଇଛି । ତେବେ ଗତକାଲି ଏହି ଅସୁସ୍ଥ ହାତୀ ଶାବକକୁ ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର କରିଥିଲା ବନ ବିଭାଗ। ଅସୁସ୍ଥ ଦନ୍ତା ହାତୀ ଶାବକକୁ ୱାଇଲ୍ଡ ଲାଇଫର ଡାକ୍ତର ବ୍ରଜରାଜ ଯାଦବଙ୍କ ସହିତ ଏକ ୨ ଜଣିଆ ଟିମ୍‌ ଓ ବାଂଶପାଳ ଗୋଷ୍ଠୀ ପ୍ରାଣୀ ଚିକିତ୍ସକମାନେ ଚିକିତ୍ସା କରୁଥିଲେ । ହାତୀ ଶାବକଟି ଥଣ୍ଡାରୁ ଅସୁସ୍ଥ ହୋଇପଡ଼ିଥିବା ଅନୁମାନ କରାଯାଉଥିଲା ବେଳେ ଡାକ୍ତର ହାତୀ ଶାବକଟିକୁ ରବିବାର ଦିନ ତମାମ ସାଲାଇନ, ଭିଟାମିନ ଓ ଔଷଧ ଦେଇ ଚିକିତ୍ସା ଚଳାଇ ଥିବା ବେଳେ ଅସୁସ୍ଥ ହୋଇ ଜଙ୍ଗଲ ନିକଟରେ ପଡ଼ି ରହିଥିବା ଶାବକଟିର ସ୍ଵାସ୍ଥ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ ହେବା ସହ ସୁସ୍ଥ ଥିବା ଡ଼ାକ୍ତର କହିଥିଲେ । ହେଲେ ପରବର୍ତ୍ତୀ ସମୟରେ ପୁଣି ଅସୁସ୍ଥ ହୋଇପଡିଥିଲା ହାତୀଟି । ତେବେ ତମାମ ପ୍ରୟାସ ସତ୍ତ୍ବେ ଦନ୍ତା ଶାବକକୁ ବଞ୍ଚାଇ ପାରିନଥିଲେ ଡାକ୍ତରୀ ଟିମ । ଆଜି(ସୋମବାର) ସକାଳ ସମୟରେ ତାର ମୃତ୍ୟୁ ହୋଇଛି ।

ଏହାମଧ୍ୟ ପଢନ୍ତୁ..ଶିମିଳିପାଳରେ ପୁଣି ଗୋଟିଏ ହାତୀ ଶାବକର ମୃତ୍ୟୁ

ତେବେ ନୟାକୋଟ ବିଟର ଭେଜିଡିହୀ ଅଞ୍ଚଳରେ ଘୁରି ବୁଲୁଥିବା ୧୨ ଟିକିଆ ହାତୀ ପଲରେ ଥିଲା ଏହି ଶାବକଟି । ଅସୁସ୍ଥ ହେବା ପରେ ଜଙ୍ଗଲରେ ପଡ଼ି ରହିଥିଲା ବେଳେ ରବିବାର ସକାଳେ ବନବିଭାଗ ଖବର ପାଇ ଶାବକଟିକୁ ଉଦ୍ଧାର କରିଥିଲା । ତେବେ ଗୋଠରେ ଥିବା ୧୨ ଟିକିଆ ହାତୀ ପଲ ନିକଟସ୍ଥ ଜଙ୍ଗଲରେ ଏବେ ଘୁରି ବୁଲୁଥିବା ଜଣାପଡ଼ିଛି ।

ମୃତ ହାତୀର ବୟସ ପାଖାପାଖି ଦେଢ଼ ବର୍ଷରୁ ୨ ବର୍ଷ ଭିତରେ ହେବ ବୋଲି ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଛି । ଘଟଣା ସ୍ଥଳରେ ଏସିଏଫ୍ ଅଶୋକ କୁମାର ଦାସ, ରେଞ୍ଜର ନୟନ କାନ୍ତ ସାହୁ, ବନପାଳ ରାଜେନ୍ଦ୍ର ପାତ୍ରଙ୍କ ସହିତ ବନ ବିଭାଗ ଟିମ୍‌ ଉପସ୍ଥିତ ରହି ଚିକିତ୍ସା କରିଥିବା ବେଳେ ଆଜି ମୃତ ଶାବକଟିର ନମୁନା ସଂଗ୍ରହ କରି ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details