କେନ୍ଦୁଝର:ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଦେଖାଦେଇଥିବା ହିଂସାକୁ ନେଇ ୪୯ଟି ବୁଥରେ ବାତିଲ କରାଯାଇଥିଲା ମତଦାନ । ତେବେ ଆଜି ସେହି ସ୍ଥାନ ଗୁଡ଼ିକରେ ସାନି ନିର୍ବାଚନ ଚାଲୁଛି । ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାରେ ଚାଲିଛି ସାନି ମତଦାନ ।
ଦ୍ବିତୀୟ ପର୍ଯ୍ୟାୟରେ ଭୋଟ୍ ସମୟରେ ସରପଞ୍ଚ ଭୋଟରେ ଅନିୟମିତତା ଅଭିଯୋଗକୁ ନେଇ ବିଞ୍ଝବାହାଳ ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ପୁନଃ ଭୋଟ ଗ୍ରହଣ କରାଯାଉଛି । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର କଣ୍ଟାବାହାଳ ୧ ନମ୍ବର ବୁଥରେ ସାନି ମତଦାନ ଚାଲିଛି ।