ଓଡିଶା

odisha

ETV Bharat / state

ରହିତାଦେଶ ନଥାଇ ନିର୍ବାଚନ ବନ୍ଦ, କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘର ଅସନ୍ତୋଷ - କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ନିର୍ବାଚନ

ନିର୍ବାଚନ ବନ୍ଦ ନେଇ ପ୍ରଶ୍ନ ଉଠାଇଲେ କେନ୍ଦୁଝର ଟ୍ରକ ମାଲିକ ସଂଘର ସଦସ୍ୟ । ଗଣତନ୍ତ୍ରରେ ସଂଘୀୟ ବ୍ୟବସ୍ଥାକୁ ଉଲ୍ଲଂଘନ କରାଯାଉଥିବା ନେଇ ଅଭିଯୋଗ ଆଣିଛନ୍ତି ସଂଘର ସଦସ୍ୟ। ଅଧିକ ପଢ଼ନ୍ତୁ

କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘର ଅସନ୍ତୋଷ
କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘର ଅସନ୍ତୋଷ

By ETV Bharat Odisha Team

Published : Sep 15, 2023, 7:50 PM IST

କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘର ଅସନ୍ତୋଷ

କେନ୍ଦୁଝର: ରହିତାଦେଶ ନଥାଇ ନିର୍ବାଚନ ବନ୍ଦ ନେଇ ପ୍ରଶ୍ନ ଉଠାଇଲେ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘର ସଦସ୍ୟ । ରାଜ୍ୟର ପ୍ରମୁଖ ବିତ୍ତଶାଳୀ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ କର୍ମକର୍ତ୍ତା ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ପ୍ରକାଶ ହୋଇଥିଲା। ଏହା ସହ ଅଗଷ୍ଟ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇ ପ୍ରାର୍ଥୀପତ୍ର ଦାଖଲ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାର ମଧ୍ୟ ଶେଷ ହୋଇସାରିଛି । ଆଉ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ବିଜ୍ଞପ୍ତି ମୁତାବକ, ସେପ୍ଟେମ୍ବର ୩ ତାରିଖ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରକାଶିତ ଭୋଟର ତାଲିକାକୁ ଚ୍ୟାଲେଞ୍ଜ କରି ସଂଘ ସଦସ୍ୟ ଛବୀନ୍ଦ୍ର କୁମାର ଜେନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଗ୍ରହଣ କରି ଅଗଷ୍ଟ ୩୧ ତାରିଖରେ ଶୁଣାଣୀ ଆରମ୍ଭ ହୋଇ ସେପ୍ଟେମ୍ବର ୪ ତାରିଖକୁ ପରବର୍ତ୍ତୀ ଶୁଣାଣୀ ପାଇଁ ସ୍ଥିରୀକୃତ ହୋଇଥିବା ଜଣାପଡ଼ିଛି।

ଜିଲ୍ଲାପାଳ ଓ ଅତିରିକ୍ତ ଜିଲାପାଳଙ୍କୁ ସେପ୍ଟେମ୍ବର ୪ ତାରିଖ ଶୁଣାଣୀ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ନିର୍ବାଚନ ସଂକ୍ରାନ୍ତୀୟ କୌଣସି ପଦକ୍ଷେପ ଗ୍ରହଣ ନକରିବାକୁ ଚିଠି ଲେଖିଥିଲେ ଆଡଭୋକେଟ ଜେନେରାଲ । ଏହି ଆଦେଶ ପରେ ତୁରନ୍ତ ପରେ ସେପ୍ଟେମ୍ବର ୩ ତାରିଖରେ ପ୍ରକାଶିତ ହେବାକୁ ଥିବା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାକୁ ଆଉ ପ୍ରକାଶ କରାଗଲା ନାହିଁ । ସେପ୍ଟେମ୍ବର ୪ତାରିଖରେ ଆବେଦନର ଶୁଣାଣୀ ନହୋଇ ସେପ୍ଟେମ୍ବର ୧୨ ତାରିଖକୁ ପରବର୍ତ୍ତୀ ଶୁଣାଣୀ ନିମନ୍ତେ ଧାର୍ଯ୍ୟ କରାଯାଇଥିଲା । ତେବେ ୧୨ ତାରିଖରେ ମଧ୍ୟ ଶୁଣାଣୀ ନହୋଇ ସେପ୍ଟେମ୍ବର ୧୩ ତାରିଖକୁ ପରବର୍ତ୍ତୀ ଶୁଣାଣୀ ପାଇଁ ଧାର୍ଯ୍ୟ ହେଲା । ହେଲେ ୧୩ରେ ଶୁଣାଣୀ ନହୋଇ ପୁଣିଥରେ ସେପ୍ଟେମ୍ବର ୧୮ତାରିଖକୁ ଧାର୍ଯ୍ୟ ହୋଇଛି ।

ଏହା ବି ପଢନ୍ତୁ..ଟ୍ରଲରରେ ଖଣିଜ ପରିବହନକୁ ଟ୍ରକ ମାଲିକ ସଙ୍ଘର ବିରୋଧ, ଆନ୍ଦୋଳନ ଚେତାବନୀ

କେନ୍ଦୁଝର ଟ୍ରକ ମାଲିକ ସଂଘର ଜଣେ ବରିଷ୍ଠ ସଦସ୍ୟ ରାମଚନ୍ଦ୍ର ଭୂୟାଁ କହିଛନ୍ତି,"ନିର୍ବାଚନ ପ୍ରକ୍ରିୟାକୁ ସେପ୍ଟେମ୍ବର ୪ତାରିଖ ପର୍ଯ୍ୟନ୍ତ ବନ୍ଦ କରିବାକୁ ଅତିରିକ୍ତ ଜିଲ୍ଲାପାଳ ସଂଘ ଉପଦେଷ୍ଟାଙ୍କୁ ଚିଠି କରିଥିଲା। ତେବେ ପରବର୍ତ୍ତୀ ସମୟରେ ଜିଲ୍ଲା ପ୍ରଶାସନ କିମ୍ବା ହାଇକୋର୍ଟଙ୍କ ପକ୍ଷରୁ ନିର୍ବାଚନ ପ୍ରକ୍ରିୟା ବନ୍ଦ ପାଇଁ କୌଣସି ରହିତାଦେଶ ନଥାଇ ସୁଦ୍ଧା କାହା ସ୍ୱାର୍ଥରେ ନିର୍ବାଚନ ପ୍ରକ୍ରିୟାକୁ ବନ୍ଦ ରଖାଯାଇଛି ?" ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଯେଗେ ସେ ଏହି ପ୍ରଶ୍ନ କରିବା ସହ ପୂର୍ବ ବିଜ୍ଞପ୍ତି ଅନୁଯାୟୀ ଚଳିତ ମାସ ୨୪ତାରିଖରେ ଭୋଟ ଗ୍ରହଣ କିଭଳି କରାଯିବ ସେଥିପାଇଁ ଉଭୟ ଜିଲ୍ଲା ପ୍ରଶାସନ ଓ ସଂଘ ଉପଦେଷ୍ଟାଙ୍କୁ ଅନୁରୋଧ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସଂଘର ଅନ୍ୟତମ ବରିଷ୍ଠ ସଦସ୍ୟ ତଥା ଉପସଭାପତି ପ୍ରାର୍ଥୀ ରାମଚନ୍ଦ୍ର ରାଉତ ଓ ଯୁଗ୍ମସମ୍ପାଦକ ପ୍ରାର୍ଥୀ ଅୟସକାନ୍ତ ପଟ୍ଟନାୟକ ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଗଣତନ୍ତ୍ରରେ ସଂଘୀୟ ବ୍ୟବସ୍ଥାକୁ ଉଲଂଘନ କରାଯାଉଥିବା ଅଭିଯୋଗ ଆଣିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details