କେନ୍ଦୁଝର: ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀ ବଳଦେବଜୀଉଙ୍କର ରଥଯାତ୍ରା ବନ୍ଦ ପାଇଁ ପ୍ରସ୍ତୁତି ହୋଇଛି । ରଥଯାତ୍ରା ବନ୍ଦ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ଦାଣ୍ଡ ସହ ରଥର ଚାରିପଟେ ବ୍ୟାରିକଡେ ନିର୍ମାଣ କରାଯାଇଛି । ଏହା ସହ ବଡଦାଣ୍ଡକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ କରାଯାଇଛି ।
କେନ୍ଦୁଝରରେ ରଥଯାତ୍ରା ବନ୍ଦ, ମନ୍ଦିର ପରିସରରେ ୧୪୪ ଧାରା ଲାଗୁ - Keonjhar news
କେବଳ ଶ୍ରୀକ୍ଷେତ୍ର ପୁରୀକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସ୍ଥାନରେ ରଥଯାତ୍ରା ଉପରେ ଲାଗିଛି କଟକଣା । ତେଣୁ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଶ୍ରୀ ବଳଦେବଜୀଉଙ୍କ ଯାତ୍ରା ହୋଇଛି ବନ୍ଦ । ଅଧିକ ପଢ଼ନ୍ତୁ...
କେବଳ ପୁରୀରେ ରଥଯାତ୍ରା ପାଇଁ ସୁପ୍ରିମ କୋର୍ଟ ଅନୁମତି ଦେଇଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ କୋରୋନା ମହାମାରୀ କାରଣରୁ ରଥଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହାକୁ ନଜରରେ ରଖି କେନ୍ଦୁଝରର ବଳଦେବ ଜୀଉ ମନ୍ଦିରରେ ଜାରି ହୋଇଛି 144 ଧାରା । ସୋମବାର ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ, ପୋଲିସ ଓ ସେବାୟତଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ମନ୍ଦିର ମଧ୍ୟରେ କିପରି ଶାନ୍ତି ଶୃଙ୍ଖଳା ସହ ନୀତିକାନ୍ତି ହେବ ସେନେଇ ଆଲୋଚନା ହୋଇଥିଲା । ଏହାସହ ମନ୍ଦିରର ଦୁଇ ଶହ ମିଟର ପରିଧି ଚାରିପଟେ ୧୪୪ ଧାରା ମଧ୍ୟ ଲାଗୁ କରିଛି ପ୍ରଶାସନ । ସୋମବାର ରାତି ୧୦ଟାରୁ ମଙ୍ଗଳବାର ରାତି୧୨ ପର୍ଯ୍ୟନ୍ତ ଏହି ୧୪୪ ଧାରା ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ ଜଣା ପଡ଼ିଛି । ତେବେ ଠାକୁରଙ୍କ ଯାତ୍ରା ବନ୍ଦ ହେଲା ପରେ ଭକ୍ତଙ୍କ ମଧ୍ୟରେ ନିରାଶା ଖେଳିଯାଇଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ