ଆନନ୍ଦପୁର:କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଜାତୀୟ ରାଜପଥ 20 ଖପରାଖାଇ ଛକ ନିକଟରେ ସଡକ ଦୁର୍ଘଟଣା । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଆନନ୍ଦପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
ଟ୍ରଲର ସହ ଲୁହାବୋଝେଇ ଟ୍ରକ ଧକ୍କା; ରାଜସ୍ଥାନର ଡ୍ରାଇଭର ମୃତ
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଜାତୀୟ ରାଜପଥ 20 ଖପରାଖାଇ ଛକ ନିକଟରେ ସଡକ ଦୁର୍ଘଟଣା । ଟ୍ରଲରକୁ ସହ ଲୁହାବୋଝେଇ ଟ୍ରକ ମୁହାଁମୁହିଁଁ ଧକ୍କା ହୋଇ ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...
ସୂଚନାଯୋଗ୍ୟ, ଦୁର୍ଘଟଣାଟି ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଟ୍ରଲର ସହିତ ଲୁହାପଥର ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଘଷିପୁରା ଦମକଳବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଗ୍ୟାସ କଟରରେ କାଟି ଦୁଇ ଡ୍ରାଇଭରଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ । ମୃତକ ଜଣକ ରାଜସ୍ଥାନର ଟ୍ରଲର ଡ୍ରାଇଭର ମୁଫିତ ଖାଁ । ଗୁରୁତର ଜଣକ ଲୁହାପଥର ବୋଝେଇ ଟ୍ରକ ଡ୍ରାଇଭର କଟକ ଅଞ୍ଚଳର ଧିରଜ କୁମାର । ସେପଟେ, ଘଷିପୁରା ପୋଲିସ ଗାଡି ଦୁଇଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ